ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଟିମ୍ ଇଣ୍ଡିଆ କୁ ବଡ଼ ଝଟକା: ଦୀପକ ଚହର ଏବଂ ସୂର୍ଯ୍ୟକୁମାର ପୁରା ସିରିଜ ରୁ ବାଦ

0
1124
ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଟିମ୍ ଇଣ୍ଡିଆ କୁ ବଡ଼ ଝଟକା: ଦୀପକ ଚହର ଏବଂ ସୂର୍ଯ୍ୟକୁମାର ପୁରା ସିରିଜ ରୁ ବାଦ
ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଟିମ୍ ଇଣ୍ଡିଆ କୁ ବଡ଼ ଝଟକା: ଦୀପକ ଚହର ଏବଂ ସୂର୍ଯ୍ୟକୁମାର ପୁରା ସିରିଜ ରୁ ବାଦ

ଫେବୃଆରୀ ୨୩

ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ପୂର୍ବରୁ ଟିମ୍ ଇଣ୍ଡିଆ ଏକ ବଡ଼ ଝଟକା ର ସମ୍ମୁଖୀନ ହୋଇଛି। ଦଳର ଦୁଇ ତାରକା ଖେଳାଳି ଦୀପକ ଚହର ଏବଂ ସୂର୍ଯ୍ୟକୁମାର ଯାଦବ ଆହତ କାରଣରୁ ପୁରା ସିରିଜରୁ ବାଦ ପଡିଛନ୍ତି।
ଅନ୍ୟାପକ୍ଷରେ ଶ୍ରୀଲଙ୍କାର ତାରକା ଅଲରାଉଣ୍ଡର ୱାନିଣ୍ଡୁ ହାସରଂଗା ମଧ୍ୟ କରୋନା ପଜିଟିଭ ଥିବାରୁ ପୁରା ସିରିଜରୁ ବାଦ ପଡିଛନ୍ତି।

ସୂର୍ଯ୍ୟକୁମାର କୁମାରଙ୍କ ନ ଖେଳିବା ଦ୍ୱାରା ବ୍ୟାଟିଂ ଉପରେ ପ୍ରଭାବ ପକାଇବ I ବିରାଟ କୋହଲି ଏବଂ ଋଷଭ ପନ୍ତ ଶ୍ରୀଲଙ୍କା ସହ ହେବାକୁ ଥିବା ଟି-୨୦ ସିରିଜରୁ ବିରତି ନେଇସାରିଛନ୍ତି। ଏଭଳି ପରିସ୍ଥିତିରେ ସୂର୍ଯ୍ୟକୁମାର ଙ୍କ ଅନୁପସ୍ଥିତି ଭାରତୀୟ ବ୍ୟାଟିଂ କ୍ରମ ଦୁର୍ବଳ ହୋଇଛି। ତେବେ ଭେଙ୍କଟେଶ ଆୟର ସୂର୍ଯ୍ୟଙ୍କ ସ୍ଥାନରେ ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ଏହି ସମୟରେ ଦୀପକ ହୁଡା ଏବଂ ସଞ୍ଜୁ ସାମସନ ଙ୍କୁ ମଧ୍ୟ ଖେଳିବାର ସୁଯୋଗ ମିଳିପାରେ | ଶ୍ରୀଲଙ୍କା ବିପକ୍ଷ ସିରିଜରେ ସଞ୍ଜୁ ଦଳକୁ ଫେରିଛନ୍ତି। ଏଥି ସହିତ ହୁଡା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -20 ସିରିଜରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ।
ସୂର୍ଯ୍ୟଙ୍କ ବ୍ୟତୀତ ଦୀପକ ଚହର ମଧ୍ୟ ଏହି ସିରିଜରୁ ବାହାରିଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ସିରିଜରେ ଚହର ଆଘାତପ୍ରାପ୍ତ ହୋଇଥିଲେ। ଯାହା ପରେ ତାଙ୍କୁ ଖେଳ ମଝିରେ ପଡ଼ିଆ ଛାଡିବାକୁ ପଡିଲା | ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -20 ସିରିଜରେ ଦୀପକ 3 ଟି ମ୍ୟାଚରେ 3 ୱିକେଟ୍ ନେଇଥିଲେ। ଆଘାତ ହେତୁ ଚହରଙ୍କୁ ଆଇପିଏଲ୍ ୨୦୨୨ ର ଓପନିଂ ମ୍ୟାଚ୍ ରେ ମଧ୍ୟ ବସିବାକୁ ପଡିପାରେ |

ଦୀପକ ଚହର ଙ୍କ ଅନୁପସ୍ଥିତି ବୋଲିଂ ରେ ସେମିତି କିଛି ଅସୁବିଧା ନ କରିପାରେ I ବିରତି ପରେ ଜସପ୍ରୀତ ବୁମ୍ରା ଟିମ କୁ ଫେରିଛନ୍ତି I ଏଥି ସହ ଭୁବନେଶ୍ୱର କୁମାର, ଆବେଶ ଖାନ, ମହମ୍ମଦ ସିରାଜ ଏବଂ ହର୍ଷଲ ପଟେଲ ଏବେ ଦଳରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଟି -20 ରେ ଆବେଶ ଖାନ ଡେବ୍ୟୁ କରିଥିଲେ।

 

Also Read  Washington Sundar Replaces Deepak Chahar In ODI Squad