ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ ବୁଷ୍ଟର୍‌ ଡୋଜ୍‌ ସମେତ କୋଭିଡ୍‌ ଟିକା ନେଇ ହେବ

0
609

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସୁସ୍ଥ ହେବାର ୩ ମାସ ପରେ ଯାଇ କୋଭିଡ୍‌ ଟିକା କିଂବା ‘ବୁଷ୍ଟର୍‌ ଡୋଜ୍‌’ ଟିକା ନେବେ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସରକାର କହିଛନ୍ତି।

ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିକାଶ ଶୀଲ୍‌ ଲେଖିଥିବା ପତ୍ରରେ କହିଛନ୍ତି ଯେ, କୋଭିଡ୍‌ରେ ଅସୁସ୍ଥ ହୋଇପଡ଼ିଥିବା ଯୋଗ୍ୟ ବ୍ୟକ୍ତିମାନଙ୍କୁ ‘ପ୍ରିକସନ୍‌ ଡୋଜ୍‌’ (ବୁଷ୍ଟର୍‌ ଡୋଜ୍‌) ଦିଆଯିବା ସଂକ୍ରାନ୍ତରେ ପରାମର୍ଶ ଦେବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି।

ଏହାର ଉତ୍ତର ଦେବାକୁ ଯାଇ ଶୀଲ୍‌ ଲେଖିଛନ୍ତି, ଦୟାପୂର୍ବକ ମନେରଖନ୍ତୁ, କୌଣସି ବ୍ୟକ୍ତି ‘ସାର୍ସ-୨ କୋଭିଡ୍‌-୧୯ ଅସୁସ୍ଥ’ ବୋଲି ‘ଲ୍ୟାବ୍‌ ଟେଷ୍ଟ୍‌’ରୁ ପ୍ରମାଣ ମିଳିଲେ, ସେ ସୁସ୍ଥ ହେବାର ୩ ମାସ ପରେ ଯାଇ ‘ପ୍ରିକସ୍‌ନାରି ଡୋଜ୍‌’ ସମେତ ଅନ୍ୟ ସମସ୍ତ କୋଭିଡ୍‌ ଟିକା ନେଇ ପାରିବେ। ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ସୂଚନା ଦେବା ପାଇଁ ଆପଣମାନଙ୍କୁ ଅନୁରୋଧ।

ବିଜ୍ଞାନସମ୍ମତ ପ୍ରମାଣ ଏବଂ ‘ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ର ସୁପାରିସ ଉପରେ ସରକାର ଉପରୋକ୍ତ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ଓ ଜାନୁଆରି ୧୦ ତାରିଖରୁ ସ୍ବାସ୍ଥ୍ୟ ସେବା କର୍ମୀ, ପ୍ରତ୍ୟକ୍ଷ ସେବା ପ୍ରଦାନକାରୀ ଏବଂ ନାନା ପ୍ରକାର ଶାରୀରିକ ସମସ୍ୟା ଥିବା ୬୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କ ପାଇଁ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହୋଇଛି। ୨ୟ ଡୋଜ୍‌ ନେବାର ୩୯ ସପ୍ତାହ ବା ୯ ମାସ ପରେ ‘ବୁଷ୍ଟର୍‌ ଡୋଜ୍‌’ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Also Read  Nirmala, Rupani to oversee Maharashtra BJP meeting, election of legislature party leader