ସଂକ୍ରମଣ ବୃଦ୍ଧି ହେତୁ ନ୍ୟୁୟର୍କରେ ‘ଜରୁରୀ ପରିସ୍ଥିତି’ ଘୋଷଣା

0
569
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ନ୍ୟୁୟର୍କ: ନୂତନ କରୋନାଭାଇରସ୍‌ ସଂକ୍ରମଣ ବିସ୍ତାର ଏବଂ ଅଧିକ ସଂଖ୍ୟକ ଆକ୍ରାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହେବା କାରଣରୁ ନ୍ୟୁୟର୍କ ଗଭର୍ଣ୍ଣର୍‌ କେଥି ହୋକୁଲ୍‌ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ସେ ଜାରି କରିଥିବା ‘ଏକ୍ଜିକ୍ୟୁଟିଭ୍‌ ଅର୍ଡର୍‌’ରେ, ସମ୍ପ୍ରତି ନ୍ୟୁୟର୍କ‌ରେ କୋଭିଡ୍‌-୧୯ ସଂକ୍ରମଣ ଯେଉଁ ହାରରେ ବଢୁଛି ୨୦୨୦ ଏପ୍ରିଲ୍‌ ଠାରୁ ସେମତି ଘଟି ନ ଥିଲା। ଗତ ମାସରୁ ଦୈନିକ ୩୦୦ ନୂଆ କୋଭିଡ୍‌-୧୯ ସଂକ୍ରମିତ ଭର୍ତ୍ତି ହେଉଥିବାରୁ ହସ୍ପିଟାଲ୍‌ ଆଡ୍‌ମିସନ୍‌ ହାର ମଧ୍ୟ ବୃଦ୍ଧି ପାଉଛି। ସେଥିପାଇଁ ମୁଁ ୨୦୨୨ ଜାନୁଆରି ୧୫ ପର୍ଯ୍ୟନ୍ତ ‘ରାଜ୍ୟ ବିପର୍ଯ୍ୟୟ ଜରୁରୀ ପରିସ୍ଥିତି’ ଘୋଷଣା କରୁଛି।

କରୋନାଭାଇରସ୍‌ ସଂକ୍ରମଣ ପ୍ରତିରୋଧ କରିବା ଲାଗି ‘ଜରୁରୀ ପରିସ୍ଥିତି’ ନ୍ୟୁୟର୍କରେ ଡାକ୍ତରଖାନା ସାମର୍ଥ୍ୟ ବୃଦ୍ଧି ଏବଂ ଟିକାକରଣ ଉଦ୍ୟମକୁ ସହଯୋଗ କରିବ। ଦକ୍ଷିଣ ଆଫ୍ରିକାରେ ‘ଓମାଇକ୍ରୋନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ଚିହ୍ନଟ ହେବା ମଧ୍ୟ ନ୍ୟୁୟର୍କ‌ରେ ଚିନ୍ତାର କାରଣ ହୋଇଛି। ଏଥିାପଇଁ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ୍‌, କାନଡା ଏବଂ ଅନେକ ଇଉରୋପୀୟ ଦେଶ ସମ୍ପୃକ୍ତ ଅଞ୍ଚଳରୁ ଆସୁଥିବା ବିଦେଶୀ ନାଗରିକ ପ୍ରତି ନୂଆ କଟକଣା ଜାରି କରିଛନ୍ତି।

Also Read  ଗୁଗଲ ସିଇଓ ପିଚାଇଙ୍କ ନାଁରେ ରୁଜୁ ହେଲା ମାମଲା