ସନରାଇଜର୍ସ ହାଇଦରାବାଦ ର ନୂଆ ମୁଖ୍ୟ ପ୍ରଶିକ୍ଷକ ‘ବ୍ରିୱାନ ଲାରା’

0
1309
ସନରାଇଜର୍ସ ହାଇଦରାବାଦ ର ନୂଆ ମୁଖ୍ୟ ପ୍ରଶିକ୍ଷକ 'ବ୍ରିୱାନ ଲାରା'
ସନରାଇଜର୍ସ ହାଇଦରାବାଦ ର ନୂଆ ମୁଖ୍ୟ ପ୍ରଶିକ୍ଷକ 'ବ୍ରିୱାନ ଲାରା'

ସେପ୍ଟେମ୍ବର ୩
ବ୍ରିୱାନ ଲାରା ହେବେ ସନରାଇଜର୍ସ ହାଇଦରାବାଦ ର ନୂଆ ମୁଖ୍ୟ ପ୍ରଶିକ୍ଷକ I ସେ ପୂର୍ବରୁ ଏହି ଦଳର ବ୍ୟାଟିଂ କୋଚ ଥିଲେ I ଏବେ ଅଷ୍ଟ୍ରେଲିଆ ର ଟମ ମୁଡି ସନରାଇଜର୍ସ ହାଇଦରାବାଦ ର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି I ଗତ ଆଇପିଏଲ ସିଜିନ ରେ ସନରାଇଜର୍ସ ହାଇଦରାବାଦ ର ପ୍ରଦର୍ଶନ ନିମ୍ନମାନର ଥିଲା I ୧୦ ଟି ମ୍ୟାଚ ରୁ ୮ ଟି ହାରି ଏହା ଦଶମ ସ୍ଥାନରେ ରହିଥିଲା I ଲା ରା ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେବାପରେ ଦଳରେ ଉତ୍ସାହ ଦେଖାଯାଇଛି I ଆଶା କରାଯାଉଛି, ଦଳ ଆଗାମୀ ସିଜିନ ରେ ଭଲ ପ୍ରଦର୍ଶନ କରିବ I
ଲାରାଙ୍କୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ଗଣନା କରାଯାଏ I ସଚିନ୍ ତେନ୍ଦୁଲକର, ରିକି ପଣ୍ଟିଂ ଏବଂ ଜ୍ୟାକ୍ କାଲିସ ଙ୍କ ସହ ତାଙ୍କୁ ତୁଳନା କରାଯାଏ I
ଲାରାର ବ୍ୟାଟିଂ କୌଶଳ ସ୍ୱତନ୍ତ୍ର I ସେ ଥରେ ସେଟ ହେଇଗଲେ, ତାଙ୍କୁ ହଟାଇବା କଷ୍ଟ I ବଡ ସ୍କୋର କରିବାରେ ସେ ଧୁରନ୍ଧର I
ଲାରା ପ୍ରଥମେ ଜୁନିଅର ଫୁଟବଲ ଏବଂ ଟେବୁଲ ଟେନିସରେ ଭଲ ପ୍ରଦର୍ଶନ କରୁଥିଲେ I ହେଲେ କ୍ରିକେଟ ପାଇଁ ଥିଲା ତାଙ୍କର ସ୍ୱତନ୍ତ୍ର ଭଲପାଇବା I ମାତ୍ର ୧୫ ବର୍ଷ ବୟଷରେ ପୋର୍ଟ ଅଫ୍ ସ୍ପେନର ଫାତିମା କଲେଜରେ ପାଠ ପଢ଼ୁଥିବା ବେଳେ ଲାରା ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ସାତଟି ଶତକ କରିଥିଲେ I
ଲାରା, 20 ବର୍ଷ ବୟସରେ ତ୍ରିନିଦାଦ ଏବଂ ଟୋବାଗୋର ଅଧିନାୟକ ଭାବରେ ନିଯୁକ୍ତ ହେଇଥିଲେ I ଭିଭ ରିଚାର୍ଡସଙ୍କ ଅନୁପସ୍ଥିତିରେ ଲାରାଙ୍କୁ ସେହି ବର୍ଷ ଲାହୋରରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବା ପାଇଁ ସୁଯୋଗ ମିଳିଥିଲା I ପରବର୍ତୀ ଅବସ୍ଥାରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ I

Also Read  IPL: Rayudu, Watson help Chennai hammer Hyderabad by 8 wickets

LEAVE A REPLY

Please enter your comment!
Please enter your name here