ନଭେମ୍ବର ୪
ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳି ପାଳନ କରିବା ପାଇଁ ଭାରତୀୟ ସେନାର ସୈନିକ ଙ୍କ ପାଖରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜମ୍ମୁ-କଶ୍ମୀରର ନୌଶେରା ସେକ୍ଟରରେ ସୈନିକ ଙ୍କ ସହ ମିଶି ଆଲୋକର ପର୍ବ ଦୀପାବଳି ପାଳନ କରିବେ I
ଏହି ଅବସରରେ ସେ ସହିଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସେନାର ଅବସରପ୍ରାପ୍ତ ଅଧିକାରୀମାନଙ୍କୁ ମଧ୍ୟ ଭେଟିଥିଲେ।
ଏହି ଅବସର ରେ ସେ କହିଛନ୍ତି, ମୁଁ ମୋ ସହ ୧୩୦ କୋଟି ଭାରତୀୟ ଙ୍କ ସଦିଛା ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି I ଆଜି ପ୍ରତ୍ୟେକ ଭାରତୀୟ ଆମ ଦେଶର ସାହସୀ ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ଗୋଟିଏ ଗୋଟିଏ ଦୀପ ଜାଳିବେ I
ପ୍ରଧାନମନ୍ତ୍ରୀ କହିଥିଲେ, ଏହା ମୋର ପରିବାର I ମୁଁ ମୋ ପରିବାରର ସଦସ୍ୟଙ୍କ ସହ ଦୀପାବଳି ପାଳନ କରିବାକୁ ଚାହୁଁଛି। ତେଣୁ ମୁଁ ଆପଣଙ୍କ ପାଖରେ ପହଂଚିଛି I

























