‘ସମ୍ଭୋଗ ବେଳେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା’

0
242

ନୂଆଦିଲ୍ଲୀ: ଶାରୀରିକ ସମ୍ପର୍କ ସମୟରେ ଅନୁରୋଧ ପରେ ବି କଣ୍ଡୋମ ବ୍ୟବହାର ନକରିବା ଯୌନ ହିଂସା। କାନାଡାର ସୁପ୍ରିମକୋର୍ଟ ଏକ ରାୟର ଶୁଣାଣି କରି ଏହା କହିଛନ୍ତି। ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ କଣ୍ଡୋମ ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍ ଏହାକୁ ବଳାତ୍କାର ବୋଲି ବିବେଚନା କରାଯିବ।

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୧୭ ମସିହାରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅନଲାଇନ୍ ବାର୍ତ୍ତାଳାପ ସମୟରେ ପରସ୍ପର ସହ ଯୋଗାଯୋଗ କରିଥିଲେ। ପରେ ଦେଖା ସାକ୍ଷାତ ହୋଇଥିଲା। ଏହି ସମୟରେ ଦୁହେଁ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇଥିଲେ। ମହିଳା ପକ୍ଷ ଅଭିଯୋଗ କରିଛନ୍ତି ଯେ ସେ କହିବା ପରେ ମଧ୍ୟ ପୁରୁଷ ପାର୍ଟନର କଣ୍ଡୋମ ବ୍ୟବହାର କରିନାହାଁନ୍ତି।

ମହିଳା ପକ୍ଷ ରଖି କହିଛନ୍ତି ଯେ ଯୌନ ସମ୍ପର୍କ ରଖିଥିବା ବ୍ୟକ୍ତି ତାଙ୍କ ପାଇଁ ଅଜ୍ଞାତ ଥିଲେ, ତେଣୁ ଯୌନ ସମ୍ପର୍କ ରଖିବା ପରେ ମହିଳା ଜଣକ ଏଚଆଇଭି ପରୀକ୍ଷା କରାଇଥିଲେ। ମହିଳାଙ୍କ ପରିଚୟ ଗୁପ୍ତ ରଖାଯାଇଛି। ଏଥି ସହିତ, ଅଭିଯୁକ୍ତ ହେଉଛନ୍ତି ରସ ମ୍ୟାକେଙ୍କି କିର୍କପାଟ୍ରିକ୍, ଯାହାଙ୍କ ବିରୋଧରେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। କିର୍କପାଟ୍ରିକ୍ ଟ୍ରାଏଲ କୋର୍ଟରେ କହିଥିଲେ ଯେ କଣ୍ଡୋମ ବ୍ୟବହାର କରିବାରେ ସେ ବିଫଳ ହୋଇଥିଲେ ଏହାପରେ ବି ମହିଳା ଜଣଙ୍କ ଯୌନ ସମ୍ପର୍କ କରିବାକୁ ରାଜି ହୋଇଥିଲେ।

ପରେ ଟ୍ରାଏଲ କୋର୍ଟ ମହିଳାଙ୍କ ଅଭିଯୋଗକୁ ଖାରଜ କରିଦେଇଥିଲେ। ପରେ ଏହି ନିଷ୍ପତ୍ତିକୁ ବ୍ରିଟିଶ କଲମ୍ବିଆ କୋର୍ଟରେ ଚ୍ୟାଲେଞ୍ଜ ହେବା ପରେ ରଦ୍ଦ ହୋଇଥିଲା। ଏହାପରେ ଅଭିଯୁକ୍ତ କିର୍କପାଟ୍ରିକ୍ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ । ଯାହା ଗତ ନଭେମ୍ବରରେ ଯୁକ୍ତି ଶୁଣାଣି ହୋଇଥିଲା। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ କଣ୍ଡୋମ ବିନା ସମ୍ପର୍କ ରଖିବା ଏବଂ କଣ୍ଡୋମ ସହିତ ସମ୍ପର୍କ ମଧ୍ୟରେ ତୁଳନା କରିବା ମଧ୍ୟରେ ଏକ ମୌଳିକ ତଥା ଗୁଣାତ୍ମକ ପାର୍ଥକ୍ୟ ରହିଛି।

କୋର୍ଟ ଏହି ରାୟ ଦେବା ବେଳେ ବେଞ୍ଚରେ ଭୋଟିଂ ହୋଇଥିଲା। ୫-୪ ଭୋଟରେ ବେଞ୍ଚ ରାୟ ଶୁଣାଇଥିଲେ। ଏହି ରାୟ ମହିଳାଙ୍କ ସପକ୍ଷରେ ଯାଇଥିଲା। ଉଲ୍ଲେଖଯୋଗ୍ୟ, ବ୍ରିଟେନ ଏବଂ ସ୍ୱିଜରଲ୍ୟାଣ୍ଡର ସମ୍ପର୍କ ସମୟରେ କଣ୍ଡୋମ ନପିନ୍ଧିବା ଅପରାଧ ।

Also Read  ଆଜି ରଥ ଖଳାରେ ପୂଜା ହେବ ରଥ କାଠ

LEAVE A REPLY

Please enter your comment!
Please enter your name here