ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ଆସି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି

0
368
President Of India Addresses 12th Convocation of Maharaja Sriram Chandra Bhanja Deo University
President Of India Addresses 12th Convocation of Maharaja Sriram Chandra Bhanja Deo University

ଭୁବନେଶ୍ୱର: ଏନଡିଏ ଚଳିତ ଥର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ ଗୋଟିଏ ବଡ଼ ଦିଗଟିଏ ସାମ୍ନାକୁ ଆଣିଛି ତାହା ହେଉଛି ଶିକ୍ଷକତା। ବିଜେପି ସଭାପତି ଜେ.ପି ନଡ୍ଡା ପ୍ରାର୍ଥୀ ଘୋଷଣା କରିବା ବେଳେ କହିଛନ୍ତି, ସଂସଦୀୟ ବୋର୍ଡରେ ୨୦ ଜଣ ପ୍ରାର୍ଥୀଙ୍କ ନାଁକୁ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। କିନ୍ତୁ ସମସ୍ତଙ୍କ ସହମତି କ୍ରମେ ଏଥର ପୂର୍ବରୁ ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ଜଣେ ମହିଳାଙ୍କୁ ଦେଶର ସମ୍ବିଧାନର ବଡ଼ ପଦରେ ବସାଇବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଏନଡିଏ ନିଷ୍ପତ୍ତି ନେଇଛି।

ନଡ୍ଡା କହିଛନ୍ତି, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଯେପରି ଦେଶର ପ୍ରଥମ ରାଷ୍ଟ୍ରପତି ହେବା ପୂର୍ବରୁ ଶିକ୍ଷକତା କରୁଥିଲେ ସମାନ କଥା ଦ୍ରୌପଦୀଙ୍କ କ୍ଷେତ୍ରରେ ରହିଛି। ରାଜନୀତିକୁ ଆସିବା ପୂର୍ବରୁ ସେ ପ୍ରଥମେ ଶିକ୍ଷୟତ୍ରୀ ଥିଲେ। ଏହାପରେ ସେ ବିଜେପିର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରେ ବିଧାୟକ, ମନ୍ତ୍ରୀ ହୋଇ ରାଜ୍ୟପାଳ ଭଳି ପଦରେ ବସିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ମୟୂରଭଞ୍ଜରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଭୁବନେଶ୍ୱରର ରାମା ଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ଶ୍ରୀ ଅରୋବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରିବା ପରେ ଓଡିଶା ସରକାରଙ୍କ ଜଳସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ କାମ କରୁଥିଲେ। ଏହାପରେ ସେ ୧୯୯୭ରେ ବିଜେପିରେ ଯୋଗ ଦେଇଥିଲେ। ଏବେ ସେ ଯଦି ନିର୍ବାଚିତ ହୁଅନ୍ତି, ତେବେ ସ୍ୱାଧୀନତା ପରେ ଶ୍ରୀମତୀ ମୁର୍ମୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।

ସେହିପରି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ ଭଲ ଛାତ୍ର ଥିଲେ। ସେ ଚେନ୍ନାଇର ପ୍ରେସିଡେନ୍ସି କଲେଜ ଏବଂ କୋଲକାତା ବିଶ୍ୱବିଦ୍ୟାଳୟକୁ ପଢ଼ାଇବାକୁ ଯାଉଥିଲେ। ପ୍ରଫେସର ଭାବେ ସେ ଛାତ୍ରଛାତ୍ରୀଙ୍କ ପାଖରେ ଲୋକପ୍ରିୟ ଥିଲେ।

Also Read  ପଞ୍ଚାୟତ ନିର୍ବାଚନ : ପୁରୀରେ ବିଜେଡିର ପ୍ରଶିକ୍ଷଣ ଶିବିର ଆରମ୍ଭ