ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼

0
286

ଭୁବନେଶ୍ୱର: ସୁନା ଦୋକାନୀଙ୍କ ପାଇଁ ହାଇ ଆଲର୍ଟ। ସହରରେ ବିପଦରେ ଗହଣା ବ୍ୟବସାୟୀ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ। ଏବେଠୁ ସୁନା‌ ଦୋକାନୀଙ୍କ ପାଇ ସତର୍କବାଣି। ହୋଇଯାନ୍ତୁ ସତର୍କ ନଚେତ ପରବର୍ତି ଶିକାର ହୋଇପାରନ୍ତି ଅନ୍ୟ ଗହଣା ଦୋକାନୀ। କାରଣ ଏଠି ପୋଲିସ ସାଇଲେଣ୍ଟ ମୋଡରେ ଥିବା ବେଳେ ଭାଉଲେଣ୍ଟ ହୋଇଛନ୍ତି ଅପରାଧୀ।

ବନ୍ଧୁକ ମୁନରେ ଗୋଟିଏ ପରେ ଗୋଟିଏ ଲୁଟପାଟରେ ଥରହର କଲେଣି ଭୁବନେଶ୍ୱର। ସୋମବାର ରାତି ପ୍ରାୟ ୧୦ଟା ୩୦ସମୟରେ ସାମନ୍ତରା ପୁର‌ ଛକରେ ଭିଆଇଛନ୍ତି ଲୁଟ ପାଇଁ ଗୁଳିକାଣ୍ଡ। ସାମନ୍ତରା ପୁର ଛକରେ ଥିବା ଦେବୀଦୁର୍ଗା ଜୁଏଲାରୀର ମାଲିକ ପ୍ରଶାନ୍ତ ସାହୁ ଓ ମାନେଜରକୁ ଗୁଳିମାଡ କରିଛନ୍ତି ୪ଦୁର୍ବୁତ। ସୋମବାର‌ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ହଠାତ ୨ବାଇକରେ ଆସି ୪ଦୁର୍ବୁତ ରଚିଥିଲେ ଆତଙ୍କ।

ଲୁଟ ପାଇଁ ବନ୍ଧୁକରେ ଫାୟାରି କରି ଖେଳାଇଥିଲେ ଭୟର ମାହୋଲ। ହେଲେ ଲୋକଙ୍କ ଉପସ୍ଥିତି ବଢିଯିଵାରୁ ଲୁଟ ନ କରି ପାରି କେବଳ ପ୍ରଶାନ୍ତ ଧରିଥିବା ଅଇଁଠା ଟିଫିନ୍ ବାକ୍ସ ଧରି ଶେଷରେ ଛୁ ମାରିଥିଲେ। ହେଲେ ଗୁଳିମାଡରେ ମାଲିକ ପ୍ରଶାନ୍ତ ଓ ମାନେଜର‌ ରାଜେନ୍ଦ୍ର ଆହତ ହୋଇଥିବା ବେଳେ କ୍ୟାପିଟାଲ ହସପିଟାଲରେକୁ ଆଣି ପୋଲିସ ଚିକିତ୍ସିତ କରାଇଛନ୍ତି। ଏନେଇ ଲିଙ୍ଗରାଜ ଥାନା ଓଲିସ ପହଞ୍ଚି ତନାଘନା ଆରମ୍ଭ କରିଛି। କେବଳ ଏଇ ଘଟଣା ନୁହେଁ ସମାନ ଢଙ୍ଗରେ ଗତ ୨୪ଏପ୍ରିଲ ତମାଣ୍ଡୋ ଥାନା ଜାଆଳା ବଜାରରେ ଥିବା ସ୍ବାତି ଜୁଏଲରି ମାଲିକ ଭଗବାନ ସୁବୁଦ୍ଧି ଓ ତାଙ୍କ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ୨ଟି ବାଇକରେ ୪ଜଣ ଲୁଟେରା ଆସିଥିଲେ ।

ଗାଡିକୁ ଅଟକାଇବାକୁ କହି ଲୁଟ ପାଇ ଫାଙ୍କା ଗୁଳି ଚାଳନା କରିଥିଲେ। ଅଳ୍ପକେ ବର୍ତିଯାଇଥିଲେ ବାପ ପୁଅ। ହେଲେ ଗହଣା ଗାଡିର ବାଇକ ଡିକି ଭିତରୁ ଥିବା ଯୋଗୁ ଦୁର୍ବୁତ ସେଠାରୁ ଚମ୍ପଟ ମାରିଥିଲେ।। ଏଇଭଳି ଗତ ୨ତାରିଖ ରାତିରେ ଖଣ୍ଡଗିରି ଥାନା ସୋଭାଗ୍ୟ ନଗରରେ ଲକ୍ଷ୍ମୀନାରାୟଣ ଜୁଏଲର୍ସ ମାଲିକ ଓମ ପ୍ରକାଶ ସାହୁଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ନେଇଥିଲେ ୬ଲକ୍ଷ ଟଙ୍କାର ଗହଣା । ସେହିପରି ଗତ ମାସ ମାର୍ଚ୍ଚ ୧୬ରେ ଜାଆଳା ସାଗରିକା ଜୁଏଲର୍ସରୁ ମଧ୍ୟ ୨୦ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ବନ୍ଧୁକ ଧାରି ଲୁଟେରା।

ପୁର୍ବରୁ ଲକ୍ଷ୍ମୀସାଗରରେ ଗତ ୨୨ଜାନୁଆରୀରେ ଏକ ଗହଣା ଦୋକାନରୁ ୧୪ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା। ୬ଡିସେମ୍ବର ୨୦୨୧ରେ ଡେଲଟା ଛକରୁ ଲକ୍ଷ୍ମୀନାରୟଣ ଦୋକାନରୁ ସଟର ତାଡି ଲୁଟ କରିଥିଲେ ୭୦ଲକ୍ଷ ଟଙ୍କାର ଗହଣା ।ଏନେଇ ପୋଲିସ କମିସନରଙ୍କୁ ଗହଣା ଦୋକାନ ଲୁଟ ସମ୍ପର୍କରେ ପଚାରିବାରୁ କିଛି ଘଟଣା ଅସମାହିତ ହୋଇଥାଏ କହି କଥାକୁ ଟାଳିଦେଇଛନ୍ତି ।

Also Read  ଶେଷ ହେଲା ମନ୍ତ୍ରୀ ପରିଷଦ ଓ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, କାମଚଳା ବଜେଟ ସହ ୨୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

LEAVE A REPLY

Please enter your comment!
Please enter your name here