ସୁରଟ ରେ ଓଡ଼ିଆ ଝିଅକୁ ହତ୍ୟା

0
2145
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ଡିସେମ୍ବର ୧୫
ଗୁଜରାଟର ସୁରଟ ଅଂଚଳରେ, ଜଣେ ଓଡ଼ିଆ ଝିଅକୁ ତାର ପୁରୁଷ ବନ୍ଧୁ ଅତି ବିଭତ୍ସ ଭାବରେ ହତ୍ୟା କରିବା ନେଇ ଅଭିଯୋଗ ହେଇଛି I ଦିଲ୍ଲୀର ମେହେରାଉଲିରେ ଶ୍ରଦ୍ଧା ୱାକରଙ୍କ ହତ୍ୟା ମାମଲାର ଠିକ୍ ଏକ ମାସ ପରେ ପୁଣି ଏପରି ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ରହୁଥିବା ମୃତ ଲୁନି ଦାସଙ୍କୁ ତାଙ୍କ ପ୍ରେମିକ ଜଗନ୍ନାଥ ଗୌଡ଼ ପ୍ରାୟ ୪୯ ଟି ଜାଗାରେ ଛୁରୀ ଭୁସି ହତ୍ୟା କରିଛି I ଡିସେମ୍ବର ୧୫ ରେ ସୁରଟର ଅଞ୍ଜାନି ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ନିକଟରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଛି । ସୁରଟ ସିଟିର କ୍ରାଇମ ବ୍ରାଞ୍ଚ ସିସିଟିଭି ଫୁଟେଜ ଏବଂ କଲ ବିବରଣୀ ଯାଞ୍ଚ କରିବା ପରେ ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିପାରିଥିଲେ I
ସୂଚନାନୁସାରେ, ଲୁନି ଅଭିଯୁକ୍ତଙ୍କ ସହ ତିନି ବର୍ଷ ଧରି ସମ୍ପର୍କ ରଖିଥିଲେ। ଯେତେବେଳେ ସେ ବିବାହ କରିବାକୁ ଜିଦ୍ ଧରିଥିଲେ, ଅଭିଯୁକ୍ତ ତାଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଯୋଜନା ଅନୁଯାୟୀ ଅଭିଯୁକ୍ତ ଦୁଇ ସପ୍ତାହ ପୂର୍ବରୁ ଭୁବନେଶ୍ୱରରେ ଆସି ଝିଅକୁ ପୁରୀ – ଅହମ୍ମଦାବାଦ ଏକ୍ସପ୍ରେସରେ ସୁରଟକୁ ନେଇଥିଲା। ତା’ପରେ ସେ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ଛୁରୀରେ ହତ୍ୟା କରିଥିଲା। ଝିଅ ର ବିବାହ ଦାବିରେ ଅଭିଯୁକ୍ତ ଏତେ ରାଗି ଯାଇଥିଲେ ଯେ ସେ ତାଙ୍କୁ ଛୁରୀରେ ୪୯ ଥର ଆଘାତ କରିଥିଲା I
ସୁରଟ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛନ୍ତି I

 

Also Read  Devastating fire in Surat building kills 17 students