ମୁମ୍ବାଇ : ଅଭିନେତା ଧର୍ମେନ୍ଦ୍ରଙ୍କୁ ଚାରି ଦିନ ପୂର୍ବରୁ ଡାକ୍ତରଖାନାର ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଘରକୁ ଫେରିଛନ୍ତି। ଧର୍ମେନ୍ଦ୍ରଙ୍କୁ ସାଉଥ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ପୁଅ ସନ୍ନି ଦେଓଲ ତାଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ଏବଂ ତାଙ୍କ ସହ ସମୟ ବିତାଇଥିଲେ। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟକୁ ନେଇ ଖବର ଆସିବା ଦିନଠାରୁ ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇ ପ୍ରାର୍ଥନା କରୁଥିଲେ। ଚାରି ଦିନ ପୂର୍ବେ ଧର୍ମେନ୍ଦ୍ରଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ହେତୁ ଦକ୍ଷିଣ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ତାଙ୍କୁ ରୁଟିନ୍ ଚେକଅପ୍ ପାଇଁ ଭର୍ତ୍ତି କରାଯାଇଥିଲା। ଏବେ ସେ ଘରକୁ ଫେରିଛନ୍ତି। ଯାହାଶୁଣି ଫ୍ୟାନ୍ସ ବହୁତ ଖୁସି ଅଛନ୍ତି।
Home ଓଡ଼ିଆ ରେ ପଢନ୍ତୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର ; ରୁଟିନ୍ ଚେକଅପ୍ ଫାଇଁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

























