ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ

0
252
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ
ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ

ଭୁବନେଶ୍ୱର: ଏପ୍ରିଲ ୧୩: ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଭାରତ ସରକାରଙ୍କ ଅଧୀନରେ ନୂତନ କରି ଖୋଲିଥିବା ଭାରତୀୟ ଜ୍ଞାନ ପରମ୍ପରା ଡିଭିଜନ ସୋଆକୁ ୧୭ ଜଣ ଇଂଟର୍ଣ୍ଣ ଦେବା ସହିତ ଗଣିତ ଓ ଜ୍ୟୋତିର୍ବିଜ୍ଞାନ ଉପରେ ଏକ ଗବେଷଣା ପ୍ରକଳ୍ପର ଦାୟିତ୍ୱ ମଧ୍ୟ ଦେଇଛନ୍ତି । ଆଗାମୀ ଦିନରେ ଶାସ୍ତ୍ରୀୟ ଓଡିଆ ଭାଷା ଓ ସାହିତ୍ୟକୁ ନେଇ ସୋଆ ସହିତ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେସ୍‌କୋ ( ଶାସ୍ତ୍ରୀୟ ଓଡିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର) ଆଗ୍ରହୀ ବୋଲି ପ୍ରଫେସର ପଣ୍ଡା ପ୍ରତିଷ୍ଠାତା ସଭାପତିଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ସୋଆ ଆଉଟରିଚ ଓ ଆନ୍ତର୍ଜାତିକ ଆଡମିଶନ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ପ୍ରଫେସର ପଣ୍ଡାଙ୍କୁ ନବଗଠିତ ସୋଆ ଅନୁବାଦ କେନ୍ଦ୍ର ଆନୁକୂଲ୍ୟରେ ବିଜ୍ଞାନ ଓ ଔଦ୍ୟୋଗିକ ଶଦ୍ଦାବଳୀର ଏକ ଓଡିଆ ପରିଭାଷା ପ୍ରସ୍ତୁତି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

Also Read  SOA Cup: Faculties share the trophies

LEAVE A REPLY

Please enter your comment!
Please enter your name here