ସ୍ତ୍ରୀକୁ ପିଟିପିଟି ମାରିଲେସ୍ବାମୀ, ଅଭିଯୁକ୍ତ ଗିରଫ

0
1507

ଭୁବନେଶ୍ବର: ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ। ଟଙ୍କପାଣି ରୋଡରେ ରହୁଥିବା ଜଣେ ଲୋକ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା। ମୃତକ ହେଲେ ଲିଲି ଦାସ। ଅଭିଯୁକ୍ତ ସ୍ବାମୀ ସୌଭାଗ୍ୟ ରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ସୌଭାଗ୍ୟ ରଞ୍ଜନ ଡ୍ରାଇଭର ଭାବେ କାମ କରୁଥିଲେ। ୨୦୧୮ରେ ଲିଲି ଦାସଙ୍କ ସହ ସୌଭାଗ୍ୟ ରଞ୍ଜନଙ୍କର ବାହାଘର ହୋଇଥିଲା। ଉଭୟେ ଭୁବନେଶ୍ବରସ୍ଥିତ ଦୁର୍ଗାପୁର ପାଟଣା ଅଞ୍ଚଳରେ ରହୁଥିଲେ। ସେମାନଙ୍କର ଏକ ଝିଅ ବି ଅଛି। ସୌଭାଗ୍ୟଙ୍କର ଟିକେ ମୁଣ୍ଡ ଦୋଷ ଅଛି ବୋଲି ତାର ବାପା କହିଛନ୍ତି। ଗତକାଲି ରାତିରେ ସେ ତାଙ୍କ ବାପାକୁ ବି ବାଡାବାଡି କରିଥିଲେ। ବାପା ଦୌଡ଼ି ପଳାଇଲା ପରେ ସ୍ତ୍ରୀ ମାଡ଼ର ଶିକାର ହୋଇଥିଲେ। ସହିଦନଗର ଥାନା ବସୁଆଘାଇ ଅଂଚଳରେ ସାମ୍ନାକୁ ଆସିଛି ଏମିତି ଘଟଣା। ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ତଦନ୍ତ କରୁଛି।

Also Read  ବିଧାନସଭାରେ ବିଜେପି ସଦସ୍ୟଙ୍କ ଘଣ୍ଟମାଡ଼, ଶାସକ ଦଳର ଗଙ୍ଗାଜଳ ସିଞ୍ଚନ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ