ହଠାତ୍‌ ରାଡାରରୁ ଗାଏବ ହୋଇଗଲା ଫାଇଟର ଜେଟ

0
1079

ଟୋକିଓ: ଏୟାର ବେସ୍‌ରୁ ଟେକ -ଅଫ୍‌ କରିବା ପରେ ପରେ ରାଡାରରୁ ଗାଏବ ହୋଇଗଲା ଫାଇଟର ଜେଟ୍‌। ଗତକାଲି ଜାପାନରୁ ଗାଏବ ହୋଇ ଯାଇଥିବା ଏକ ଫାଇଟର ଜେଟ୍‌ର ଏ ଯାଏ ପତ୍ତା ମିଳିନି ।

ଜାପାନ ଏୟାର ସେଲ୍ଫ  ଡିଫେନ୍ସ ଫୋର୍ସର ଜଣେ ପ୍ରବକ୍ତାଙ୍କ କହିବାନୁଯାୟୀ, ଟେକ୍ ଅଫ୍‌ କରିବା ପରେ କୋମାସ୍ତୁ କଣ୍ଟ୍ରୋଲ ଟାୱାର ଡାଟାରୁ ଏକ ଏଫ୍‌-୧୫ ଜେଟ୍‌ ଗାଏବ ହୋଇଗଲା। ବିମାନଟି କୋମାସ୍ତୁ ଏୟାରବେସ୍‌ରୁ ପ୍ରାୟ ୫ କିମି ଦୂର ଜାପାନ ସାଗର ପାଖାପାଖି ହୋଇଥିବା ବେଳେ ଗାଏବ ହୋଇଗଲା। ବିମାନର କିଛି ପତ୍ତା ମିଳୁ ନ ଥିବା ବେଳେ ତାହା ଦୁର୍ଘଟଣା ହୋଇଥିବା ଆଶଙ୍କା ପ୍ରକଟ ପାଉଛି।

ଏହି ବିମାନଟି ଏପରି ଡିଜାଇନ ହୋଇଥିଲା ଯେଉଁଥିରେ ୨ ଚାଳକ ଦଳ ସାମିଲ ହୋଇପାରିବେ। ହେଲେ ଗାଏବ ହେବା ସମୟରେ ଉକ୍ତ ଜେଟ୍‌ରେ କେତେ ଯାତ୍ରୀ ଥିଲେ ସେନେଇ କିଛି ସୂଚନା ମିଳିନି। ଏହା ପୂର୍ବରୁ  ୨୦୧୯ରେ ମଧ୍ୟ ଏପରି ଏକ ଘଟଣା ଜାପାନରେ ଘଟିଥିଲା। ଯେଉଁଥିରେ ଏଫ-୩୫ଏ ନାମକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଗଳି ପଡ଼ିଥିଲା। ଏପରିକି ଏହି ଦୁର୍ଘଟଣାର ଶିକାର ହୋଇଥିବା ବିମାନ କର୍ମଚାରୀ ସମେତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିବାକୁ  ରେସକ୍ୟୁ ଟିମ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

Also Read  ରାଜ୍ୟରେ ଏଯାଏ ୪୧ ଲକ୍ଷ ପ୍ରଥମ ଡୋଜ ନେଇନାହାନ୍ତି