ହଷ୍ଟେଲରେ ଝୁଲୁଛି ଏମବିଏ ଛାତ୍ରୀଙ୍କ ମୃତଦେହ

0
628
mother and son-commits-suicide-by-hanging-on-tree

ଭୁବନେଶ୍ୱର : ଭୁବନେଶ୍ୱରର ଏକ ଘରୋଇ କଲେଜ ହଷ୍ଟେଲ ଭିତରୁ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।  ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି ଏପରି ଅଘଟଣ।

ମୃତ ଛାତ୍ରୀ ଜଣକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଫରେନସିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଛାତ୍ରୀଜଣକ ହଷ୍ଟେଲରେ ନିଜର ୨ ସହପାଠିନୀଙ୍କ ସହ ରହୁଥିବା ବେଳେ ସେମାନେ ନୂଆ ବର୍ଷ ପାଇଁ ଘରକୁ ପଳାଇଥିଲେ। ଫଳରେ ଛାତ୍ରୀଜଣକ ରୁମ୍‌ରେ ଏକୁଟିଆ ଥିବା ବେଳେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ତଥ୍ୟ ମିଳିପାରିନି।ଛାତ୍ରୀଙ୍କ ଫୋନ୍‌ ଜବତ ସହ କଲ୍‌ ହିଷ୍ଟ୍ରି ବାହାର କରାଯିବ । ଏଥିସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରାଯିବା ପରେ ଛାତ୍ରୀଜଣକ କ’ଣ ପାଇଁ ଜୀବନ ହାରିଲେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

 
Also Read  Ticket system at Shree Jagannath Temple in Odisha from New Year