ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

0
304

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ ଚାଲିଥିବା ଗାନ୍ଧୀନଗର ପୋଲିସ ଅଧିକାରୀ ମୋହନ ରାଓ କହିଛନ୍ତି ।

କେନ୍ଦ୍ରୀୟ ଜୋନ୍ ଡେପୁଟି କମିଶନର ଅଫ୍ ପୋଲିସର ସୂଚନା ଅନୁଯାୟୀ ମୃତଦେହକୁ ଧ୍ୱଂସାବଶେଷରୁ ଉଦ୍ଧାର କରାଯାଇ ସିକନ୍ଦରାବାଦ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କୁ ଚିହ୍ନଟ କରିବା ପାଇଁ ଏକ ଡିଏନ୍ଏ ପରୀକ୍ଷା କରାଯିବ। ମୃତକମାନେ ବିହାର ଆଜାମପୁର ଗାଁର ବୋଲି ଜଣାପଡିଛି । ଏଦୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ରାଓ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରିବାକୁ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେସି ରାଓ ।

ବୁଧବାର ସକାଳେ ସୋମଶ କୁମାର ଏବଂ ମନ୍ତ୍ରୀ ଟି ଶ୍ରୀନିବାସ ଯାଦବ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାରେ ବିଜେପି ନେତା କେ କୃଷ୍ଣ ସାଗର ରାଓ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉ। ତେଲେଙ୍ଗାନା ବିଜେପି ମୃତକଙ୍କ ପ୍ରତ୍ୟେକ ପରିବାର ପାଇଁ ୫୦ ଲକ୍ଷ ଟଙ୍କା ଦାବି କରୁଛି।

Also Read  ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭୬ ଜଣ ନୂଆ ପଜିଟିଭ୍

LEAVE A REPLY

Please enter your comment!
Please enter your name here