“ହୁ’ର ଚେତାବନୀ : ନୂଆ ଭାରିଆଣ୍ଟ ଘାତକ ସାଜିବ !

0
633
wearing of masks mandatory-in-New Delhi

ୱାଶିଂଟନ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଦେଲା ଚେତାବନୀ । ଏବେ ଓମିକ୍ରନ  ଭାରିଆଣ୍ଟ ଦୁର୍ବଳ ହେଉଛି । ଜୀବନ ଯାତ୍ରା ଟ୍ରାକକୁ ଫେରୁଛି । ହେଲେ କରୋନାର ନୂଆ ଭାରିଆଣ୍ଟବେଶୀ ଘାତକ ହୋଇପାରେ ବୋଲି ଆକଳନ କରିଛି “ହୁ’ ।

ଭବିଷ୍ୟତରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ହେବ । ପୂର୍ବ ଭାରିଆଣ୍ଟ  ଓମିକ୍ରନ ଅପେକ୍ଷା ସମ୍ଭାବ୍ୟ ନୂଆ ଭାରିଆଣ୍ଟ ପୁଣି ମହାମାରୀ ରୂପ ନେଇପାରେ ବୋଲି ସତର୍କ କରାଇଛି ହୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂକ୍ରାମକ ବିଶେଷଜ୍ଞ ଓ କୋଭିଡ-୧୯ର ବୈଷୟିକ ଟିମ୍‌ ମୁଖ୍ୟ ଡା ମାରିଆ ଭାନ କେରକୋଭେ କହିଛନ୍ତି ଯେ ମହାମାରୀର ଅନ୍ତ ହେବାକୁ ଆହୁରି ସମୟ ବାକି ରହିଛି। ମହାମାରୀ କେବେ ଶେଷ ହେବ, ତା’ର ଉତ୍ତର କାହା ପାଖରେ ନାହିଁ। ଭବିଷ୍ୟତିରେ କୋଭିଡ-୧୯ର ନୂଆ ଭାରିଏଣ୍ଟ ଆସିପାରେ। ଏହି ନୂଆ ଭାରିଏଣ୍ଟ ବର୍ତ୍ତମାନ ସକ୍ରିୟ ଥିବା ଓମିକ୍ରନ ଠାରୁ ଅଧିକ ଘାତକ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଓମିକ୍ରନ ତୁଳନାରେ ନୂଆ ଭାରିଏଣ୍ଟ ଅଧିକାରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିବ। କିନ୍ତୁ ନୂଆ ଭାରିଏଣ୍ଟ କେତେ ଘାତକ ହେବ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ଯାହା ଆକଳନ କରାଯାଉଛି ନୂଆ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେଇପାରେ। ଓମିକ୍ରନ ଭଳି ଟିକାର ପ୍ରଭାବ ନୂଆ ଭାରିଏଣ୍ଟ ଆଗରେ କିଛିଟା ଫିକା ପଡ଼ିପାରେ। ତେଣୁ ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ। ଏଥିପ୍ରତି ଆମକୁ ସତର୍କ ରହିବାକୁ ହେବ। ଅବଶ୍ୟ ଟିକା ନେଲେ ନୂଆ ଭାରିଏଣ୍ଟ ବେଶୀ କିଛି କ୍ଷତି କରିପାରିବ ନାହିଁ।

କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁ ଆଶଙ୍କା ଯଥେଷ୍ଟ କମ ରହିବ। ଆମର ଆଶା ଉପଯୁକ୍ତ ପଦକ୍ଷେପ ଯୋଗୁ କୋଭିଡ-୧୯ ସଂକ୍ରମଣକୁ ଆମେ କିଛି ମାତ୍ରାରେ ହ୍ରାସ କରିପାରିବା। କିନ୍ତୁ ଅଳ୍ପ ସଂକ୍ରମଣରେ ମଧ୍ୟ ଟିକା ଦ୍ୱାରା ସୁରକ୍ଷା କବଚ ପିନ୍ଧି ନଥିବା ଲୋକଙ୍କ ପ୍ରତି ନୂଆ ଭାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ। ସେହିପରି ଟିକାର ପ୍ରଭାବ ହ୍ରାସ ପାଉଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହା ଘାତକ ହୋଇପାରେ ବୋଲି ସେ କହିଛନ୍ତି।

Also Read  KIIT Becomes First University In India To Introduce Specialised Course In Tyre Technology