ହ୍ରାସ ପାଉଛି ସଂକ୍ରମଣ : ଦେଶରେ ୨,୫୮,୦୮୯ ଆକ୍ରାନ୍ତ

0
528
ଓଡିଶା ରେ ୫୯ ଟି H3N2 ମାମଲା
ଓଡିଶା ରେ ୫୯ ଟି H3N2 ମାମଲା

ନୂଆଦିଲ୍ଲୀ: ଗତ ଅଳ୍ପ କିଛି ଦିନ ଧରି ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି।  ଲଗାତାର ଚୁତୁର୍ଥ ଦିନରେ ଆଜି ୨.୫ ଲକ୍ଷରୁ  ଅଧିକ ମାମଲା ରେକର୍ଡ଼ ହୋଇଛି। ଦେଶରେ ୨,୫୮,୦୮୯ଟି ମାମଲା ସାମ୍ନାକୁ ଆସିଛି।  ଯାହାକି ରବିବାର ଠାରୁ ୧୩ ହଜାର କମ୍। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩୮୫ଜଣଙ୍କର ମୃତ୍ୟୁ ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ସକ୍ରିୟ ମାମଲା ୧୬ ଲକ୍ଷ (୧୬,୫୬,୩୪୧) ଅତିକ୍ରମ କରିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୧ ହଜାର ୭୪୦ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୧୯.୬୫ ପ୍ରତିଶତ ରହିଛି। ଦେଶରେ କୋଭିଡରୁ  ସୁସ୍ଥ ହାର ୯୫ ପ୍ରତିଶତରୁ ଅଧିକ ରହିଛି। ଏପର୍ଯ୍ୟନ୍ତ ଦେଶରେ ୧୫୭.୨୦ କୋଟି ଟିକା ଦିଆଯାଇଛି।  ସାପ୍ତାହିକ ସଂକ୍ରମଣ ହାର ୧୪.୪୧ ପ୍ରତିଶତ ରହିଛି।  ରବିବାର ୧୩,୧୩,୪୪୪ଟିଟି ସାମ୍ପୁଲ ପରୀକ୍ଷା କରାଯାଥିଲା। ଦେଶରେ କରୋନାର ନୂତନ ଭ୍ୟାରିଆଣ୍ଟ ଓମିକ୍ରନ୍ କେସ୍ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।  ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ  ୮୨୦୯ଟି  ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ କ୍ଷେତ୍ରରେ ୬.୦୨ ପ୍ରତିଶତ ବୃଦ୍ଧି ଘଟିଛି।

ରବିବାର ମହାରାଷ୍ଟ୍ରରେ ୪୧,୩୨୭ ଟି ନୂଆ କରୋନା ମାମଲା ରେକର୍ଡ଼ ହୋଇଛି। ଏହି ସମୟରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।  ସମ୍ପ୍ରତି ରାଜ୍ୟରେ ୨, ୬୫,୩୪୬ ସଂକ୍ରମିତ ଲୋକ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୮ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ରବିବାର କର୍ଣ୍ଣାଟକରେ ୩୪୦୪୭ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହା ପରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩୨,୨୦,୦୮୭କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮,୨୮୬ ଟି ନତନ ମାମଲା ରେକର୍ଡ଼ ହୋଇଛି। ୨୮ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ରବିବାର ପଶ୍ଚିମବଙ୍ଗରେ ୧୪,୯୩୮ଟି ମାମଲା ରୁଜୁ  ହୋଇଛି।  ୩୬ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୮,୯୭,୬୯୯କୁ ବୃଦ୍ଧି ପାଇଛି। ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୫୦ଟି ମାମଲା ରୁଜୁ ହୋଇଛି।  ସେହିପରି ଆନ୍ଧ୍ରପ୍ରଦେଶରେ ୪୫୭୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Also Read  ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ୪ ଗେଟ, ମୋଟ ୧୪ ଗେଟ ଦେଇ ଜଳ ନିଷ୍କାସନ