ୟୁକ୍ରେନ ରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ରୋମାନିଆ ଏବଂ ହଙ୍ଗେରୀକୁ ଅଧିକ ବିମାନ ପଠାଇବ

0
535
ୟୁକ୍ରେନ ରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ରୋମାନିଆ ଏବଂ ହଙ୍ଗେରୀକୁ ଅଧିକ ବିମାନ ପଠାଇବ
ୟୁକ୍ରେନ ରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ରୋମାନିଆ ଏବଂ ହଙ୍ଗେରୀକୁ ଅଧିକ ବିମାନ ପଠାଇବ

ଫେବୃଆରୀ ୨୭
ୟୁକ୍ରେନ ରେ ଫସିରହିଥିବା ଭାରତୀୟ ଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ରୋମାନିଆ ଏବଂ ହଙ୍ଗେରୀକୁ ଅଧିକ ବିମାନ ପଠାଇବ I
ରବିବାର ସକାଳେ ଗୋଟିଏ ବିମାନ ନୂଆଦିଲ୍ଲୀରୁ ବୁଖାରେଷ୍ଟକୁ ଚଳାଚଳ କରିଥିବାବେଳେ ଅନ୍ୟଟି ଅପରାହ୍ନରେ ରୋମାନିଆର ରାଜଧାନୀ ଅଭିମୁଖେ ଯାତ୍ରା କରିଥିଲା। ଏହା ବ୍ୟତୀତ ଏୟାରଲାଇନ୍ସ ସନ୍ଧ୍ୟାରେ ନୂଆଦିଲ୍ଲୀରୁ ବୁଦାପେଷ୍ଟ ପର୍ଯ୍ୟନ୍ତ ଗୋଟିଏ ବିମାନ ଯିବ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବ୍ୟତିବସ୍ତ ହେଇଯାଇଥିବା ଭାରତୀୟ ନାଗରିକ ଙ୍କୁ ଫେରାଇ ଆଣିବାପାଇଁ ସରକାର ଏହି ସ୍ୱତନ୍ତ୍ର ବିମାନ ଚଳାଉଛନ୍ତି I
ରବିବାର ସକାଳେ ଏକ ଏୟାର ଇଣ୍ଡିଆ ବିମାନ ସଫଳତାର ସହିତ ବୁଖାରେଷ୍ଟରୁ ୨୫୦ ଜଣ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିଥିଲା ​​| ଶନିବାର ଦିନ, ୨୧୯ ଯାତ୍ରୀଙ୍କ ସହ AI ର ବୁଖାରେଷ୍ଟ ମୁମ୍ବାଇ ବିମାନ ରୁ ଆସି ଭାରତ ରେ ପହଞ୍ଚିଥିଲା I
ଯେହେତୁ ରୋମାନିଆ ଏବଂ ହଙ୍ଗେରୀ ୟୁକ୍ରେନ ର ସୀମାରେ ଅବସ୍ତିତ, ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀମାନେ ଏହି ରାସ୍ତାକୁ ଆପଣେଇ ନେଇଛନ୍ତି I
ଏୟାର ଇଣ୍ଡିଆ କହିଛି ଯେ ଏୟାର ଇଣ୍ଡିଆ ସର୍ବଦା ଦେଶର କୌଣସି ସଙ୍କଟ ସମୟରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି I ଦେଶ ପାଖରେ ଠିଆ ହୋଇଛି I ବର୍ତ୍ତମାନ ଟାଟା ଗ୍ରୁପ୍ ଏବଂ Air India ମଧ୍ୟ ଏକାଠି ହେଇ ଦେଶର ସଙ୍କଟ ରେ ଛିଡାହେଇଛନ୍ତି I

ଏହାପୂର୍ବରୁ ଏୟାର ଇଣ୍ଡିଆ କୀଏଭି କୁ ସିଧାସଳଖ ସ୍ୱତନ୍ତ୍ର ବିମାନ ଚଳାଇଥିଲା I କିନ୍ତୁ ୟୁକ୍ରେନ୍ର ଏୟାର ସ୍ପେସ୍ ବନ୍ଦ ପାଇଁ ଜାରି କରାଯାଇଥିବା ଏକ ନୋଟିସ ହେତୁ ଏହାକୁ ୟୁକ୍ରେନ ଯିବା ବନ୍ଦ କରିବାକୁ ପଡିଲା।

 

Also Read  ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଉପରକୁ ଅଣ୍ଡା ଫିଙ୍ଗିଲେ ବିରୋଧୀ

LEAVE A REPLY

Please enter your comment!
Please enter your name here