ଫେବୃଆରୀ ୨୬ / ଭାରତ ସରକାରଙ୍କ ସହ ଯୋଗାଯୋଗ ନକରି ୟୁକ୍ରେନ ସିମା ଅଂଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ I
‘ୟୁକ୍ରେନର ସମସ୍ତ ଭାରତୀୟ ନାଗରିକ ସୀମା ଅଂଚଳ ରେ ଥିବା ଭାରତୀୟ ଅଫିସିଆଲ ( ହେଲ୍ପଲାଇନ ନମ୍ବର ରଖାଯାଇଛି) ଏବଂ ଭାରତର ଦୂତାବାସର ଜରୁରୀକାଳୀନ ନମ୍ବର ସହ ସମ୍ପର୍କ ନ କରି କୌଣସି ସୀମା ଅଂଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛି ୟୁକ୍ରେନ ରେ ଥିବା ଭାରତୀୟ ଦୂତାବାସ I
ରୁଷିଆ ସୈନ୍ୟବାହିନୀ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି I ସହର ଏବଂ ସାମରିକ ଅନୁଷ୍ଠାନ ଗୁଡିକ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସଶସ୍ତ୍ର ସଂଘର୍ଷ ତୀବ୍ରହେଇଛି ।
ଭାରତୀୟ ଦୂତାବାସ ଆହୁରି ମଧ୍ୟ କହିଛି ଯେ ବିଭିନ୍ନ ଚେକପଏଣ୍ଟରେ ପରିସ୍ଥିତି ସମ୍ବେଦନଶୀଳ ଏବଂ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଅନ୍ୟ ଦେଶରେ ଥିବା ଦୂତାବାସ ସହିତ ନିରନ୍ତର କଥାବାର୍ତ୍ତା କରୁଛନ୍ତି I
ଏହି Advisory ରେ କୁହାଯାଇଛି ଯେ’ ବିନା ଅନୁମତି ରେ ଯେଉଁ ଭାରତୀୟ ମାନେ ସୀମା ରେ ପହଂଚିଛନ୍ତି ସେମାନଙ୍କୁ ସୀମା ପାର କରାଇବାରେ ଭାରତର ଦୂତାବାସ କୁ ବହୁ ଅସୁବିଧା ର ସାମ୍ନା କରିବାକୁ ପଡୁଛି I I ତେଣୁ ବିନା ଯୋଗାଯୋଗ ରେ ଯାଆନ୍ତୁ ନାହିଁ I
ୟୁକ୍ରେନର ପଶ୍ଚିମ ରେ ଥିବା ସହର ଗୁଡିକ ରେ ଅଧିକ ଖାଦ୍ୟ, ପାଣି, ରହିବା ପାଇଁ ମୌଳିକ ସୁବିଧା ରହିଛି I ବିନା ଅନୁମତି ରେ ସୀମା ପାଖକୁ ଯିବା ଅପେକ୍ଷା ଏହି ଅଂଚଳରେ ରହିବା ଅଧିକ ନିରାପଦ ବୋଲି Advisory ରେ କୁହାଯାଇଛି I
ଦେଶର ପୂର୍ବ ସେକ୍ଟରରେ ଥିବା ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେମାନଙ୍କ ବାସସ୍ଥାନରେ ରହିବାକୁ ଅନୁରୋଧ କରାଯାଇଛି I
ଘର ଭିତରେ ବା ଆଶ୍ରୟସ୍ଥଳରେ ଯଥାସମ୍ଭବ ରୁହନ୍ତୁ I ଯାହା ବି ଖାଦ୍ୟ, ଜଳ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେଉଛି ତାକୁ ନେଇ ଧାର୍ଯ୍ୟ ର ସହ ଘରେ ରୁହନ୍ତୁ ଏବଂ ଅଯଥା ବାହାରକୁ ଯାନ୍ତୁ ନାହିଁ ବୋଲି ସରକାର ପରାମର୍ଶ ଦେଇଛନ୍ତି I