ୟୁକ୍ରେନ ସୀମା ରେ ଯୁଦ୍ଧ ପରିସ୍ଥିତି: ୟୁକ୍ରେନ ଛାଡିବା ପାଇଁ ବହୁ ଦେଶ ସେମାନଙ୍କ ନାଗରିକ ଙ୍କୁ ପରାମର୍ଶ ଦେଲେ
ଫେବୃଆରୀ ୨୩/ ୟୁକ୍ରେନ ସୀମାରେ ରୁଷିଆ ସୈନ୍ୟ ଠୁଳ କରିଚାଲିଥିବାରୁ, ଭାରତ ସମେତ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ସିଙ୍ଗାପୁର ପରି ଅନେକ ଦେଶ ସେମାନଙ୍କ ନାଗରିକ ଙ୍କୁ ୟୁକ୍ରେନ ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି I
ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ପରାମର୍ଶରେ କୀଏଭି ରେ ଥିବା ଭାରତୀୟ ଦୂତାବାସ ୟୁକ୍ରେନର ଭାରତୀୟ ନାଗରିକଙ୍କୁ, ବିଶେଷ କରି ଯେଉଁ ଛାତ୍ରଛାତ୍ରୀଙ୍କ ରହିବା ଜରୁରୀ ନୁହେଁ, ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସାମୟିକ ଭାବରେ ଦେଶ ଛାଡିବା ନେଉ ବିଚାର କରିବା ଉଚିତ I
ନିହାତି କାର୍ଯ୍ୟ ନାଁ ଥିଲେ, ୟୁକ୍ରେନ କୁ ଯିବା ଏବଂ ଏହା ଭିତରେ ଭ୍ରମଣ କରିବା ରୁ ଦୂରେଇ ରହିବା ପାଇଁ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଏବଂ ସେଠାରେ ଥିବା ସମସ୍ତ ଲୋକଙ୍କୁ ପଞ୍ଜିକରଣ କରିବାକୁ କୁହାଯାଇଛି।
ବ୍ରିଟେନ ମଧ୍ୟ ଏହାର ନାଗରିକମାନଙ୍କୁ ୟୁକ୍ରେନ ଛାଡିବାକୁ ପରାମର୍ଶ କହିଛି।
“ଜାନୁୟାରୀ ୨୦୨୨ ଠାରୁ, ୟୁକ୍ରେନ ସୀମାରେ ରୁଷିଆର ସୈନ୍ୟ ବାହିନୀ ସୈନ୍ୟ ଠୁଳ କରୁଥିବାରୁ, ଯୁଦ୍ଧର ଆଶଙ୍କା ବଢିଯାଇଛି I ରୁଷିଆ ଆଡୁ ବିପଦ ଥିବାରୁ, ଏଫସିଡିଏ କିଛି ଦୂତାବାସର କର୍ମଚାରୀ ଏବଂ ସେମାନଙ୍କ ପରିବାର ଙ୍କୁ କୀଏଭି ରୁ ସାମୟିକ ଭାବେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଦୂତାବାସ ଖୋଲା ରହିବ, କିନ୍ତୁ କନସୁଲାର ସହାୟତା ପ୍ରଦାନ କରିବାରେ ଅସମର୍ଥ ହେବା ।’