ୟୁପି ଲଢ଼େଇ ପାଇଁ ଦିଦିଙ୍କ ମୁଖ୍ୟ ଅସ୍ତ୍ର ନେଇଗଲେ ଅଖିଳେଶ

0
1405

ନୂଆଦିଲ୍ଲୀ: ଅଖିଳେଶ ଆପଣେଇଲେ ଦିଦିଙ୍କ ଫର୍ମୁଲା। ପଶ୍ଚିମବଙ୍ଗ ନିର୍ବାଚନରେ ମମତା ବାନାର୍ଜୀ ଯେଉଁ ଗେମ୍‌ ଖେଳିଥିଲେ ଏବେ ସେଇ ଟ୍ରିକ୍ସ ଖେଳିଛନ୍ତି ସମାଜବାଦୀ ମୁଖ୍ୟ। ଉତ୍ତରପ୍ରଦେଶ ନିର୍ବାଚନରେ ବାଜି ମାରିବା ପାଇଁ ଦିଦିଙ୍କ ‘ଖେଲ ହବେ’ ସ୍ଲୋଗାନକୁ ଭିନ୍ନ ଫର୍ମାଟରେ ବ୍ୟବହାର କରିଛନ୍ତି ଅଖିଳେଶ । ଅଖିଳେଶ ଏବଂ ତାଙ୍କ ମେଣ୍ଟ ଦଳ ଏଠାରେ ବିଜେପି ଶାସକ ବିରୋଧରେ ‘ଖେଦା ହବେ’ ନାରା ଦେଇଛନ୍ତି।

ଏହି ନାରାରେ ଗୀତ ତିଆର ହୋଇ ଉତ୍ତରପ୍ରଦେଶରେ ବାଜୁଥିବା ବେଳେ ଏହା ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ବିଶେଷ କରି ୟୁପିର ପୂର୍ବାଞ୍ଚଳରେ ସପାର ଦବଦବା ରହିଥିବାରୁ  ସେଠାରେ ଏହି  ଗୀତଟି ବେଣ ଚହଳ ସୃଷ୍ଟି କରିଛି । ଗୀତରେ ଉତ୍ତରପ୍ରଦେଶବାସୀ ‘ଖେଦା ହବେ’ କହୁଥିବା ରେକଡ଼ିଂ ହୋଇଛି। ତେବେ ‘ଖେଲ ହବେ’ ନାରା ପଶ୍ଚିମବଙ୍ଗ ନିର୍ବାଚନ ଜିତିବାରେ  ଦିଦିଙ୍କ ପାଇଁ ବେଶ ଅସ୍ତ୍ରଭାବେ କାମ କରିଥିଲା।  ଏବେ ସେହି ଅସ୍ତ୍ରକୁ ୟୁପି ମଇଦାନରେ ବ୍ୟବହାର କରିଛି ସପା।

ଏଥିପାଇଁ ‘ଖେଲ ହବେ’ ସଙ୍ଗୀତ ଟିମ ମେମ୍ବର ତଥା ଏହାର ସିଙ୍ଗର, ଗୀତିକାର ଦେବାଙ୍ଗୁସ ଭଟ୍ଟାଚାର୍ଯ୍ୟଙ୍କ ସହ ଯୋଗାଯୋଗ କରାଯାଇଥିଲା ବୋଲି ସପା ନେତା ଆଶୁତୋଶ ସିହ୍ନା କହିଛନ୍ତି।  ସେହପରି ସେ କହିଛନ୍ତି ଯେ, ପଶ୍ଚିମବବଙ୍ଗରେ ବିଜେପିର ‘ଜୟ ଶ୍ରୀରାମ’ ନାରାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର  ଆଦୌ କାମ ଦେଇ ନାହିଁ। ହେଲେ ଦିଦିଙ୍କର ‘ଖେଲ ହବେ ନାରା’ ବେଶ ଲୋକପ୍ରିୟ ହୋଇ ଜନସମର୍ଥନ ଗୋଟେଇବାରେ ସଫଳ ହୋଇ ଥିଲା ବୋଲି ସେ କହିଛନ୍ତି । ୟୁପିରେ ବିଜେପିର ଧାର୍ମିକ ଧ୍ର୍ରୁବୀକକଣ ବିରୋଧରେ ‘ଖେଦା ହବେ ନାରା’ ବେଶ ମୁକାବିଲା କରିପାରିବ ବୋଲି ସିହ୍ନା ଅଶା ରଖିଛନ୍ତି।

Also Read  ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ