୧୦୭ ମ୍ୟୁନିସିପାଲିଟି ଓ ଏନଏସି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

0
756
campaigning-ends-today-for-municipal-elections

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ଆଉ ପାଦେ ଆଗେଇଲା ସରକାର । ପ୍ରକାଶ ପାଇଲା ମ୍ୟୁନିସିପାଲିଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା । ୧୦୭ ମ୍ୟୁନିସିପାଲିଟି ଓ ଏନଏସିର ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୧୫ ଦିନ ମଧ୍ୟରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ । ମହିଳାଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷିତ ରହିଛି । ୧୦୭ ଆସନରୁ ମହିଳାଙ୍କ ପାଇଁ ୫୪ଟି ଆସନ ସଂରକ୍ଷିତ ରହିଛି । ସେହିପରି ୪୨ଟି ଆସନ ଅଣସଂରକ୍ଷିତ, ଏସସିଙ୍କ ପାଇଁ ୮ଟି ଓ ଏସଟି ପାଇଁ ୩ଟି ଆସନ ସଂରକ୍ଷିତ ରହିଛି । ସେହିପରି ଏସସି ମହିଳାଙ୍କ ପାଇଁ ୯ଟି, ଏସଟି ମହିଳାଙ୍କ ପାଇଁ ୫ ଆସନ ସଂରକ୍ଷିତ ରହିଛି । ରାଜ୍ୟର ୧୧୦ ମ୍ୟୁନିସିପାଲିଟି ଓ ଏନଏସି ମଧ୍ୟରୁ ୩ଟିରେ ନିର୍ବାଚନ ବନ୍ଦ ହୋଇଛି ।

Also Read  Odisha CM presents Rs 2.90-lakh cr budget for FY'26, focuses on agri, irrigation

LEAVE A REPLY

Please enter your comment!
Please enter your name here