ମୁମ୍ବାଇ: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ୧୭୯ ରନ କରି ଆଜିର ମ୍ଯାଚକୁ ଜିତି ନେଇଛି। ମୁମ୍ବାଇ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ କରିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ୱୀ ଶ’ ୩୮ , ଟିମ୍ ସିଫର୍ଟ ୨୧ , ମନଦୀପ ସିଂ (୦), ରିଷଭ ପନ୍ତ (୧), ରୋଭମାନ ପାୱେଲ ( ୦), ସର୍ଦୁଲ ଠାକୁର (୨୨) ରନ କରି ଆଉଟ ହୋଇଥିବା ବେଳ ଲଳିତ ଯାଦବ ଓ ଅକ୍ଷର ପଟେଲ ଅପରାଜିତ ରହି ମ୍ଯାଚକୁ ବିଜୟ ଆଡକୁ ନେଇଥିଲେ। ଅକ୍ଷର ପଟେଲ ୩୮ ଓ ଲଳିତ ଯାଦବ ୪୮ ରନ କରି ଆପରାଜିତ ରହିଥିଲେ। ମୁମ୍ବାଇ ପକ୍ଷରୁ ଥାମ୍ପି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୁରୁଗାନ ଅଶ୍ୱିନ ୨ଟି ଓ ତାଇମାଲି ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ।