୨୪ ଘଂଟାରେ ଓଡ଼ିଶାରେ ୨୪୭ କରୋନା ସଂକ୍ରମିତ ଚିହ୍ନଟ; କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୧୫ ଜଣ

0
390
India Reports 2,82,970 Covid Cases In 24 Hours; 441 Deaths
India Reports 2,82,970 Covid Cases In 24 Hours; 441 Deaths

ନଭେମ୍ବର ୧୩

ଗତ ୨୪ ଘଂଟାରେ ଓଡ଼ିଶାରେ ୨୪୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୩୭ ଜଣଙ୍କର ବୟଷ ୧୮ ବର୍ଷ ମଧ୍ୟରେ I ନୂଆ ଚିହ୍ନଟ ଙ୍କ ମଧ୍ୟରୁ, ୧୪୪ ଜଣ ସଙ୍ଗରୋଧ ରେ ଥିଲେ I ସେହିପରି, ୩୩୯ ଜଣ ସୁସ୍ଥ ହେଇଛନ୍ତି ୨୪ ଘଂଟାରେ I
ଆଜି ସୁଦ୍ଧା, ରାଜ୍ୟରେ ୧୦ ଲକ୍ଷ ୪୫ ହଜାର ୨୦୯ ଜଣ ବ୍ୟକ୍ତି କରୋନା ରେ ସଂକ୍ରମିତ ହେଇସାରିଥିବା ବେଳେ, ସେଥିମଧ୍ୟରୁ ୧୦ ଲକ୍ଷ ୩୩ ହଜାର ୯୯୧ ଜଣ ସୁସ୍ଥ ହେଇଛନ୍ତି I
ସେହିପରି, ୨୪ ଘଂଟାରେ ୨ ଜଣ କରୋନା ସଂକ୍ରମିତ ଙ୍କ ମୃତ୍ୟୁ ହେଇଥିବା ନେଇ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୮ ହଜାର ୩୭୫ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I
ଏବେ ୨ ହଜାର ୭୯୦ ଜଣ ଚିକିତ୍ସିତ ହେଉଛନ୍ତି I
ସରକାରୀ ସୂଚନା ଅନୁସାରେ, ରାଜ୍ୟରେ ଗତ ୨୪ ଘଂଟାରେ ୬୦ ହଜାର ୯୮୮ ଟି ସାମ୍ପୁଲ ପରୀକ୍ଷା କରାଯାଇଛି ଏବଂ ସେଥିମଧ୍ୟରୁ ୨୪୭ ଟି ପଜିଟିଭ ଅଛି I ଦୈନିକ ପଜିଟିଭିଟି ହାର ଶତକଡା ୦.୪୦ ରହିଛି I
୨୪ ଘଂଟାରେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୫ ଜଣ କରୋନା ରେ ସଂକ୍ରମିତ ହେଇଥିବା ବେଳେ କଟକ ରେ ୨୨ ଜଣ, ସମ୍ବଲପୁର ରେ ୧୩ ଜଣ ଏବଂ ମୟୁରଭଞ୍ଜ ରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ରାଜ୍ୟର ୧୦ ଟି ଜିଲ୍ଲାରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହେଇନାହାନ୍ତି I

Also Read  Colleges and Universities ranked in India; Odisha's four included

LEAVE A REPLY

Please enter your comment!
Please enter your name here