୩ ଓ ୪ରେ ମେଘୁଆ ପାଗ : ବର୍ଷା ସମ୍ଭାବନା

0
451
ବର୍ଷା ପରେ ପୁଣି ଲେଉଟିବ ଶୀତ
ବର୍ଷା ପରେ ପୁଣି ଲେଉଟିବ ଶୀତ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଧୀରେଧୀରେ ପ୍ରବଳ ଜାଡ଼ରୁ ଆଶ୍ବସ୍ତି ମିଳିବ। ରାଜ୍ୟର ପାରଦ ଉପରମୁହାଁ ହେବ। ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧିପାଇବ। ଅନ୍ୟପଟେ ପୁଣି ଏକ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟର ପାଗରେ ପରିବର୍ତ୍ତନ ଆଣିବ। ୩ ଓ ୪ ତାରିଖ ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ଆସନ୍ତାକାଲିଠାରୁ ଧୀ‌ରେଧୀରେ ଶୀତ କମିବ। ୨ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଘନକୁହୁଡ଼ି ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେ‌ଷ କରି ଦକ୍ଷିଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଉପର ମୁହାଁ ହେବା ଆରମ୍ଭ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ଭଳି ତାପମାତ୍ରା ଖସିବା ଜାରିରହିବ। ଆଭ୍ୟନ୍ତରୀଣ ଉତ୍ତରରେ ତାପମାତ୍ରା ସାମାନ୍ୟ ତଳକୁ ଖସିବ। ଫେବୃଆରି ୪ ତାରିଖ ସକାଳ ସୁଦ୍ଧା ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୬ ଡିଗ୍ରି ବଢ଼ିବା ବେଳେ ସର୍ବାଧିକ ତାପମାତ୍ରା ପ୍ରାୟ ୬ ଡିଗ୍ରି ବଢ଼ିବ। ୫ ତାରିଖରୁ ରାଜ୍ୟକୁ ପୁଣି ଶୀତ ଫେରିବ। ଫେବୃଆରି ୪ ଓ ୫ ତାରିଖ ସକାଳେ ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ବର୍ଷା ହେବ।

କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକାରୁ ସ୍ବଳ୍ପ ବର୍ଷା (୧୦ ମିମି ପର୍ଯ୍ୟନ୍ତ) ଓ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ପଶ୍ଚିମା ଝଡ଼ ହେତୁ ଉତ୍ତର-ପଶ୍ଚିମ ଭାରତରେ ଆସନ୍ତାକାଲି ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ। ଏହା କ୍ରମଶଃ ପୂର୍ବ ଆଡ଼କୁ ଗତି କରିବ। ୩ ତାରିଖରେ ବଙ୍ଗୋପସାଗରୀୟ ପବନ ଓଡ଼ିଶା ଦେଇ ଲଘୁଚାପ କ୍ଷେତ୍ରକୁ ମୁହାଁଇବ। ଉତ୍ତରା ଥଣ୍ଡା ପବନ ସହ ମିଶ୍ରଣ ହେବ। ଫଳରେ ରାଜ୍ୟରେ ପାଗ ମେଘୁଆ ରହିବ। କିଛି କିଛି ସ୍ଥାନରେ ବର୍ଷା ହେବ। ଫେବୃଆରି ୫ ତାରିଖରୁ ପବନ ପୁଣି ଉତ୍ତର ଭାରତରୁ ରାଜ୍ୟକୁ ବହିବ। ପାରଦ ଖସିବା ହେତୁ ଥଣ୍ଡା ଲେଉଟିବ।

Also Read  Opp Congress and BJP criticize BJD on its anniversary day

LEAVE A REPLY

Please enter your comment!
Please enter your name here