୩ ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ବୈଠକ

0
389

ୟୁକ୍ରେନର ରାଜଧାନୀ କିଭର ଆଖପାଖରେ ବୋମାମାଡ । ରୁଷ ସେନା କିଭ ଆଖପାଖରେ ବୋମା ମାଡ କରୁଛି । ଏହାଦ୍ୱାରା ୟୁକ୍ରେନର ଅନେକ ଘର ଧ୍ୱସ୍ତବିଧ୍ୱସ ହେବା ସହ ମେଟ୍ରୋ ଷ୍ଟେ୍ସନ ନଷ୍ଟ ହୋଇଛି । ସ୍ୱତନ୍ତ୍ର କରିଡର କରି ଲୋକଙ୍କ ଉଦ୍ଧାର କରାଯାଉଛି । ଅନ୍ୟପଟେ ଯୁଦ୍ଧର ୨୧ ଦିନରେ ୟୁରୋପିଆନ୍ ୟୁନିଅନର ତିନି ପ୍ରଧାନମନ୍ତ୍ରୀ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଛନ୍ତି । ପୋଲାଣ୍ଡ, ସ୍ଲୋଭେନିଆ ଏବଂ ଚେଜ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ଟ୍ରେନ ଯୋଗେ ଆସି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।

ଏପରି ସ୍ଥିତିରେ ସେମାନେ ୟକ୍ରେନ ସହ ରହିଛନ୍ତି । ଏହି ବୈଠକର ମୂଳ ଉଦ୍ଦେଶ୍ୟ ୟୁରୋପ ୟୁକ୍ରେନ ସହ ରହିଛି ବୋଲି ଚେଜ ରିପବ୍ଲିକର ପ୍ରଧାନମନ୍ତ୍ରୀ ପିଟର ଫିଆଲା କହିଛନ୍ତି । ଜବାବରେ ଜେଲେନସ୍କି କହିଛନ୍ତି ବିପଦ ବେଳେ ଆମ ସାଙ୍ଗରେ ଥିବାରୁ ଧନ୍ୟବାଦ । ହେଲେ ତାଙ୍କ ଦେଶ ନାଟୋରେ ସାମିଲ ହେବନି ବୋଲି କହିଛନ୍ତି ।

Also Read  ହାଇକୋର୍ଟ ୫ ଦିନ ଶଟ୍‌ଡାଉନ୍