୪୧ହଜାର ୫୦୦ କୋଟି ଡଲାର ଅତିକ୍ରମ କଲା ଦେଶର ସାମଗ୍ରୀ ରପ୍ତାନୀ

0
1212

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ରପ୍ତାନୀ ୪୧ ହଜାର ୫୦୦ କୋଟି ଡଲାର ଅତିକ୍ରମ କରିଥିବା ଆଜି ରାଜ୍ୟସଭାରେ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଶ୍ରୀ ଗୋୟଲ୍‍ କହିଛନ୍ତି, ସରକାର ରପ୍ତାନୀ ବୃଦ୍ଧି କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ଏହାକୁ ତ୍ୱରାନ୍ୱିତ କରିବା ଲାଗି ଭାରତ କିଛିଦିନ ପୂର୍ବେ ୪୦ହଜାର କୋଟି ଡଲାର୍‍ର ରପ୍ତାନୀ ଲକ୍ଷ୍ୟ ହାସଲ କରିଛି।

ସେ କହିଛନ୍ତି, ଆର୍ଥିକ ବର୍ଷ ଶେଷ ହେବାର ୯ ଦିନ ପୂର୍ବରୁ ଏହି ସଫଳତା ମିଳିଛି। ୨୦୨୦-୨୧ ତୁଳନାରେ ରପ୍ତାନୀରେ ୩୭% ବୃଦ୍ଧି ଘଟିଛି। ଆଉ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଶସ୍ୟ ସଂଗ୍ରହ ବାବଦରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ କୃଷକମାନଙ୍କୁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହା ୨୦୧୬-୧୭ ତୁଳନାରେ ଦୁଇ ଗୁଣ ଅଧିକ। ସେତେବେଳେ କୃଷକମାନଙ୍କୁ ୮୫ ହଜାର କୋଟି ଟଙ୍କା ଦିଆଯାଇଥିଲା। ସେ କହିଛନ୍ତି, ସରକାର କୃଷକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ଓ ସେମାନଙ୍କୁ ଏହି ଅର୍ଥ ସିଧାସଳଖ ଦିଆଯାଉଛି।

Also Read  ପୁରୀ ବରିଷ୍ଠ ସେବାୟତ ହତ୍ୟା ଘଟଣା: ମୁଖ୍ୟ ଷଡଯନ୍ତ୍ରକାରୀ ବାପପୁଅଙ୍କ ସମେତ ୯ ଗିରଫ