୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି

0
818
୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି
୮୦ ପ୍ରତିଶତ ଶିଶୁ ରକ୍ତ କର୍କଟ ରୋଗରୁ ସୁସ୍ଥ ହେଉଛନ୍ତି

ଭୁବନେଶ୍ୱର: ମେ ୨୮: : ରକ୍ତ କର୍କଟ ଭଳି ଜଟିଳ ରୋଗରୁ ସୁସ୍ଥ ହେଉଛନ୍ତି ଶିଶୁ । ଭାରତରେ ପ୍ରାୟ ୮୦ ପ୍ରତିଶତ ଶିଶୁ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।
ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ) ପକ୍ଷରୁ ବିଶ୍ୱ ରକ୍ତ କର୍କଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମାରାତ୍ମକ ରୋଗରୁ ଆରୋଗ୍ୟ ଲାଭ କରିବା ନିମେନ୍ତ ଧୈର୍ଯ୍ୟ, ସଚେତନତା ଓ ଆଗୁଆ ରୋଗର ଚିହ୍ନଟ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି ଡାକ୍ତର ।
ଗତ ୫ ବର୍ଷ ମଧ୍ୟରେ ସମ୍ ହସ୍ପିଟାଲରେ ୩୫୦ ଜଣ ଶିଶୁ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଏବଂ ୭୦ ଜଣଙ୍କର ଚିକିତ୍ସା ଚାଲିଛି ବୋଲି କହିଛନ୍ତି ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଇନଚାର୍ଜ ପ୍ରଫେସର ସରୋଜ ପଣ୍ଡା ।
ଭାରତରେ ବର୍ଷକୁ ପ୍ରାୟ ୬୦୦୦୦ ଶିଶୁ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ୨୦ ରୁ ୨୫ ହଜାର ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଶିଶୁ ସୁସ୍ଥ ହେଉଛନ୍ତି ବୋଲି କହିଛନ୍ତି ପ୍ରଫେସର ପଣ୍ଡା ।
ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତାଦେବୀ ମହାନ୍ତି, ମେଡିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୌମ୍ୟସୁରଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ କୁନି କୁନି ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

 

Also Read  ରାଜ୍ୟରେ ଆସନ୍ତାକାଲିଠୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ବୁଷ୍ଟର ଡୋଜ