୮ ମାସ ପର୍ଯ୍ୟନ୍ତ ନାବାଳିକାଙ୍କୁ ୮୦ ଜଣ କରିଥିଲେ ଦୁଷ୍କର୍ମ, ଉଦ୍ଧାର ପରେ ପୀଡିତା କହିଲେ ତାଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା

0
354
Odisha Medical Student Gang-Rape Case: 3 Arrested So Far, 2 Absconded
Odisha Medical Student Gang-Rape Case: 3 Arrested So Far, 2 Absconded

ଅମରାବତୀ : ଆନ୍ଧ୍ର ପ୍ରଦେଶରେ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଜଣେ ନାବାଳିକାଙ୍କୁ ୮୦ ଜଣ ଦୁଷ୍କର୍ମ କରିଥିବାର ଲୋମଟାଙ୍କୁରା ଘଟଣା ଜଣାପଡିଛି। ୮ ମାସ ଧରି ଅଭିଯୁକ୍ତମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିଥିଲେ। ସୂଚନା ଆଧାରରେ ପୋଲିସ ମଙ୍ଗଳବାର ଅର୍ଥାତ ୧୯ ଏପ୍ରିଲରେ ଗୁଣ୍ଟୁରରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସବର୍ଣ୍ଣ କୁମାରୀଙ୍କର ଚିହ୍ନଟ ପୋଲିସ କରିସାରିଛି।

ପୋଲିସର କହିବା ଅନୁସାରେ, ଜୁନ୍ ୨୦୨୧ ରେ କୋଭିଡ୍-୧୯ ମହାମାରୀ ବେଳେ ଅଭିଯୁକ୍ତ ସବର୍ଣ୍ଣ କୁମାର ହସ୍ପିଟାଲରେ ପୀଡିତାଙ୍କ ମା’ ସହ ପରିଚିତ ହୋଇଥିଲା। ଏହି ସମୟରେ ନାବାଳିକାଙ୍କ ମା’ଙ୍କର କରୋନରେ ମୃତ୍ୟୁ ହୋଇଥିଲା। ଘଟଣା ପରେ ସବର୍ଣ୍ଣ କୁମାରୀ ନାବାଳିକାଙ୍କୁ ନେଇ ନିଜ ସାଙ୍ଗରେ ଚାଲିଯାଇଥିଲା। ତେବେ ଝିଅର ବାପା ପୋଲିସକୁ ଏ ବିଷୟରେ କହିନଥିଲେ। କୁହାଯାଉଛି ପୀଡିତାଙ୍କୁ ସବର୍ଣ୍ଣ କୁମାରୀ ପୋଷ୍ୟ କନ୍ୟା ଭାବରେ ସାଙ୍ଗରେ ନେଇଥିଲେ। ଏହାପରେ ତାଙ୍କୁ ବେଶ୍ୟାବୃତ୍ତିରେ ଲଗାଇଥିଲେ।

ଅଗଷ୍ଟ ୨୦୨୧ରେ ନାବାଳିକାର ବାପା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ମହିଳା ସବର୍ଣ୍ଣ କୁମାରୀଙ୍କ ଚିହ୍ନଟ କରିଥିଲା। ଏହି ମାମଲରେ ପ୍ରଥମ ଗିରଫ ଜାନୁଆରୀରେ ହୋଇଥିଲା। ମଙ୍ଗଳବାର ୧୯ ଏପ୍ରିଲରେ ଗୁଣ୍ଟୁର ପଶ୍ଚିମ ପୋଲିସ ଜଣେ ବି.ଟେକ୍ ଛାତ୍ର ସହିତ ୧୦ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଓ ପୀଡିତାଙ୍କୁ ପଚରା ଉଚରା କରିବା ପରେ ପୀଡିତାଙ୍କ ଛାତିଥରା ବୟାନ ସମସ୍ତଙ୍କୁ ଚକିତ କରିଥିଲା। ପୋଲିସର କହିବା ଅନୁସାରେ, ଏହି ମାମଲାରେ ଆଗାମୀ ସମୟରେ ଆହୁରି ଅନେକ ଲୋକଙ୍କୁ ଗିରଫ କରାଯିବ। ଖୁବ୍ ଗମ୍ଭୀରତାର ସହ ମାମଲାର ତଦନ୍ତ କରାଯାଉଛି। ଜଣେ ଅଭିଯୁକ୍ତ ଏବେ ଲଣ୍ଡନରେ ଅଛି। ମାମଲାରେ ଗୋଟିଏ କାର, ୫୩ଟି ମୋବାଇଲ, ତିନୋଟି ଅଟୋ ଓ ତିନୋଟି ବାଇକ ଜବତ କରାଯାଇଛି। ଏଥିରେ ସାମିଲ କୌଣସି ଅପରାଧିଙ୍କୁ ଛଡା ଯିବିନି।

Also Read  ଶ୍ରୀମନ୍ଦିରରେ ବନକଲାଗି ନୀତି ଆଜି : ଅପରାହ୍ଣ ୪ରୁ ଦର୍ଶନ ବନ୍ଦ ରହିବ