୯୦ ଦଶକର ସୁପରହିଟ ଯୋଡି ସଞ୍ଜୟ ଦତ୍ତ ଓ ରବୀନI ଟଣ୍ଡନ ପୁଣି ପରଦାରେ

0
750
୯୦ ଦଶକର ସୁପରହିଟ ଯୋଡି ସଞ୍ଜୟ ଦତ୍ତ ଓ ରବୀନI ଟଣ୍ଡନ ପୁଣି ଠାରେ ପରଦାରେ
୯୦ ଦଶକର ସୁପରହିଟ ଯୋଡି ସଞ୍ଜୟ ଦତ୍ତ ଓ ରବୀନI ଟଣ୍ଡନ ପୁଣି ଠାରେ ପରଦାରେ

ଫେବୃଆରୀ ୨୩
ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଅଭିନେତ୍ରୀ ରବୀନI ଟଣ୍ଡନ ୯୦ ଦଶକର ସୁପରହିଟ ଯୋଡି ଥିଲେ I
ଉଭୟ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି | ଏବେ ଉଭୟ କଳାକାରଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ | ସଞ୍ଜୟ ଓ ରବିନା ଖୁବ୍ ଶୀଘ୍ର ରୋମାଣ୍ଟିକ୍ କମେଡି ଡ୍ରାମା ଫିଲ୍ମ ‘Ghudchadi ‘ ରେ ନଜର ଆସିବେ | ସେ ଏହି ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହେଇଛି ।

ନିକଟରେ ଏହି ଫିଲ୍ମ ର ଟିଜର ରିଲିଜ ହେଇଥିଲା | ଏହି ଚଳଚ୍ଚିତ୍ରରେ ରବିନା ଏବଂ ସଞ୍ଜୟଙ୍କ ବ୍ୟତୀତ ଅରୁଣା ଇରାନୀ ଏବଂ ଗୁଲଶନ କୁମାରଙ୍କ ଝିଅ ଖୁଶଲି କୁମାର ମଧ୍ୟ ଅଭିନୟ କରିଛନ୍ତି। ଏହା ସହିତ ଟିଭି ସିରିଏଲ ‘କସୌଟୀ ଜିନ୍ଦେଗୀ କି’ ର ଅଭିନେତା ପାର୍ଥ ସମଥାନ ମଧ୍ୟ ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିବେ |
ଟୁଇଟରରେ ଫିଲ୍ମର ଟିଜର ସେୟାର କରି ଟି-ସିରିଜ କ୍ୟାପସନରେ ଲେଖିଛି, ଯେତେବେଳେ ୯୦ ଦଶକର ହିଟ୍ ଦମ୍ପତି ନୂଆ ଯୁଗ ପ୍ରେମୀଙ୍କୁ ଭେଟିବେ, ସେତେବେଳେ ନିଶ୍ଚୟ ଫିଲ୍ମ ଟି ଖୁବ ମଜାଦାର ହେବ।

ସଞ୍ଜୟ ଦତ୍ତ ମଧ୍ୟ ଏହି ଚଳଚ୍ଚିତ୍ରର ଟିଜରକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଏବଂ ଏହା ର କ୍ୟାପସନରେ ଲେଖା ଯାଇଛି ‘ହସ ଏବଂ ଡ୍ରାମା ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ପହଂଚିବ ଫିଲ୍ମ ‘ଘୁଡ଼ଚଡ଼ି’ ମାଧ୍ୟମରେ I
ପ୍ରଶଂସକମାନେ ଅଭିନେତାଙ୍କ ଏହି ପୋଷ୍ଟ ଟି କୁ ଖୁବ ପ୍ରଶଂସା କରିଛନ୍ତି I

Also Read  Happy Birth Day Shah Rukh: Malaika & Ayushmann Khurrana Shared Old Photos