ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

0
165
12 hour odisha bandh call to-give-justice-to-ruchika

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା । ବିଜେବି କଲେଜ ଯୁକ୍ତ-୩ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ନ୍ୟାୟ ଦାବି କରି ଏହି ବନ୍ଦ ଡାକରା ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇଛି କଂଗ୍ରେସ । ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତାଠାରୁ ଆରମ୍ଭ କରି ପ୍ରତି କଲେଜ ସମୁଖରେ ପ୍ରତିବାଦ କରାଯିବ ବୋଲି ସଙ୍ଗଠନ କହିଛି ।

ରୁଚିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ରା଼ସ୍ତାକୁ ଓହ୍ଳାଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ଆଜି ସକାଳ ୬ଟାରୁ ସନ୍ଧ୍ୟା ସଂଧ୍ୟା ୬ଟା ବନ୍ଦ ପାଳନ ଡାକରା ଦିଆଯାଇଛି। ଏହି ସମୟରେ ଶାନ୍ତିପୂର୍ଣ୍ଣ ଭାବେ ପିକେଟିଂ କରାଯିବ । ବନ୍ଦ ପାଳନ ସମୟରେ ସମୟରେ ଗାଡ଼ି ମୋଟର, ଟ୍ରେନ୍ ଚଳାଚଳ ବନ୍ଦ ସାଙ୍ଗକୁ ଦୋକାନବଜାର ବନ୍ଦ ରଖିବାକୁ ନିବେଦନ କରିଛି ସଂଗଠନ ।

ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରିବା ସହ ରାସ୍ତା ରୋକ, ରେଳ ଚଳାଚଳ ବନ୍ଦ କରିବା ଆଶଙ୍କା ଥିବାରୁ ସବୁ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି । କୌଣସି ସ୍ଥାନରେ ଯେପରି ଅଘଟଣ ନ ଘଟେ, ସେଥି ପାଇଁ ସତର୍କ ରହିବାକୁ ସବୁ ଏସ୍ ପିଙ୍କୁ କୁହାଯାଇଛି। ଭୁବନେଶ୍ବରରେ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସବୁ କର୍ମଚାରୀ ୯ଟା ୩୦ ସୁଦ୍ଧା ଅଫିସ୍ ରେ ପହଞ୍ଚିବାକୁ କୁହାଯାଇଛି।

Also Read  ମାଲକାନଗିରିରେ ବନ୍ୟାସ୍ଥିତି ଗମ୍ଭୀର: ମୋଟୁ ଅଞ୍ଚଳ ଜଳମଗ୍ନ, ୫୦୦ ଲୋକଙ୍କୁ ସ୍ଥାନାନ୍ତର

LEAVE A REPLY

Please enter your comment!
Please enter your name here