ଝାଙ୍କରାଣୀ ମନ୍ଦିର ନିକଟ ଡ୍ୟାମ୍‌ରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ନିଖୋଜ

0
209
On Tuesday night, while taking a bath in the Kuakhai River, two young people drowned
On Tuesday night, while taking a bath in the Kuakhai River, two young people drowned and two others went missing.

ହୀରାକୁଦ: ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ୨ ନିଖୋଜ । ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଉଥିବାବେଳେ ବୁଡ଼ିଗଲେ ୩ ଜଣ କର୍ମଚାରୀ । ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି । ଖବର ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜଙ୍କ ସନ୍ଧାନ ଆରମ୍ଭ କରିଛି । ବୁଡିଯାଇଥିବା ୩ ଜଣ ଏମସିଏଲ କର୍ମଚାରୀ ବୋଲି ଜଣାପଡିଛି । ରାତି ହୋଇ ଯାଇଥିବା ବେଳେ ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ସମସ୍ୟା ହେଉଛି ।

ସୂଚନା ଅନୁସାରେ, ନିଖୋଜ ଥିବା ୨ଜଣ ହେଲେ ମହେଶ ଚିତ୍ତୁରି ଓ ଅଭିଷେକ କୁମାର । ସେହିପରି ଅଳ୍ପକେ ବର୍ତ୍ତିଥିବା ବ୍ୟକ୍ତି ଜଣକ ଅବିନାଶ ବୋଲି ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ୪ଜଣ ବ୍ୟକ୍ତି ଗୋଟିଏ କାର୍ ଯୋଗେ ଗାଧୋଇବାକୁ ଆସିଥିଲେ । ୪ଜଣ ଗାଧୋଇବାକୁ ଯାଇଥିବାବେଳେ ଜଣେ ବାହାରି ଆସିବା ସହ ଅନ୍ୟଜଣେ ଅଳ୍ପକେ ବର୍ତ୍ତିଗଲେ । ହେଲେ ଆଉ ଦୁଇଜଣ ଭାସିଯାଇ ନିଖୋଜ ଅଛନ୍ତି ।

Also Read  2-18 ବୟସ ବର୍ଗ ପିଲାମାନଙ୍କ ମଧ୍ୟରେ କୋଭାକ୍ସିନ୍ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି |

LEAVE A REPLY

Please enter your comment!
Please enter your name here