୨୦୨୦-୨୧ରେ ଉତ୍ପାଦନ ହୋଇଛି ୨୫୨୬.୭୦ ମେଟ୍ରିକ୍ ଟନ୍ ଫଳ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ

0
221

ଭୁବନେଶ୍ଵର : ୨୦୨୦-୨୧ରେ ଉଦ୍ୟାନ କୃଷିରେ ଉତ୍ପାଦନ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ବିବୃତି ରଖିଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି ଯେ, ଅଁଳା, ବେଲ, କଦଳୀ, ପଣସ, କଦଳୀ, ସପୁରୀ, ଡାଳିମ୍ବ, ସେପେଟା ଆଦି ଫଳ ୩ ଲକ୍ଷ ୫୪ ହଜାର ହେକ୍ଟରରେ ଚାଷ କରାଯାଇଥିଲା। ୨୫୨୬.୭୦ ମେଟ୍ରିକ୍ ଟନ୍ ଫଳ ଉତ୍ପାଦନ ହୋଇଛି।

ଛତୁ, ଭେଣ୍ଡି, ମୂଳା, ଆଳୁ, ବିନ୍ସ, ବନ୍ଧାକୋବି ଭଳି ପନିପରିବା ୬୯୮.୬୨ ହେକ୍ଟରରେ ଚାଷ ହୋଇଥିଲା। ୯୮୧୭.୨୧ ମେଟ୍ରିକ ଟନ୍ ପନିପରିବା ଉତ୍ପାଦନ ହୋଇଛି। ସେହିଭଳି ଚଳିତ ବର୍ଷ ଫୁଲ କୋବି ହେକ୍ଟର ପ୍ରତି ୧୫.୮୫ ମେଟ୍ରିକ୍ ଟନ୍ ଉତ୍ପାଦନ ହୋଇଛି। ହେକ୍ଟର ପ୍ରତି ୧୬.୮୫ ମେଟ୍ରିକ ଟନ୍ ବାଇଗଣ ଉତ୍ପାଦନ ହେଉଛି। ରାଜ୍ୟ ସରକାର ଫଳ ଏବଂ ପନିପରିବା ଉତ୍ପାଦନ, ଜଳ ସେଚନ, ସଂରକ୍ଷଣ ଆଦି ଲାଗି ସାହାଯ୍ୟ ସହଯୋଗ ପ୍ରଦାନ କରାଯାଇଛି।

Also Read  ବଢୁଛି କୋଭିଡ୍‌-୧୯ ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୮,୦୮୪ ଜଣ ଆକ୍ରାନ୍ତ; ୧୦ଜଣ ମୃତ