ଖେଳୁଥିବା ସମୟରେ ଅଫୁଟା ବୋମା ଫୁଟି ୩ ନାବାଳିକା ଗୁରୁତର

0
421
3 injured in cracker blast in bhadrak

ଭଦ୍ରକ: ଅଫୁଟା ବୋମା ଫୁଟି ୩ ନାବାଳିକା ଗୁରୁତର। ବନ୍ତ ଥାନା ତ୍ରିକୋଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୩ ନାବାଳିକାଙ୍କ ମଧ୍ୟରେ ୨ ଭଉଣୀ ଥିବା ସୂଚନା। ଗୁରୁତରମାନେ ହେଲେ ଦେବତା ଗଢିଆ ଘର ଅଞ୍ଚଳର ସବିତା ମୁର୍ମୁ (୯) , ପୂଜା ହାଁସଦା (୧୦), ବାସନ୍ତି ହାଁସଦା (୮) । ଗୁରୁତର ୩ ଜଣଙ୍କୁ ପ୍ରଥମେ ବନ୍ତ ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଅଘଟଣ ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସର ତନାଘନା ଜାରି ରଖିଛି ।

ସୂଚନା ମତାବକ, ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁର ଦେବତା ଗଢିଆ ଘର ଅଞ୍ଚଳରେ ଏକ ପ୍ଲାଷ୍ଟିକ ବ୍ୟାଗରେ ସୁତୁଲୀ ବୋମା ରହିଥିଲା। ୩ ନାବାଳିକା ଖେଳୁଥିବା ସମୟରେ ଏହି ଅଫୁଟା ବୋମାଟି ହଠାତ ଫୁଟିଯାଇଥିଲା । ଫଳରେ ଖେଳୁଥିବା ୩ ଜଣ ନାବାଳିକା ଗୁରୁତରଭାବେ ଆହତ ହୋଇଛନ୍ତି ।

Also Read  ରାଜ୍ୟମାନଙ୍କୁ ମିଳିଛି ୫ ଲକ୍ଷ ୫୫ ହଜାର ୧୨୧ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ