ସୋନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: କାର୍‌-ଅଟୋ ମୁହାଁମୁହିଁ ଧକ୍କାରେ ୩ ମୃତ, ୬ ଆହତ

0
328
Woman Dies In An Road Accident Near Gangapada, Bhubaneswar
Woman Dies In An Road Accident Near Gangapada, Bhubaneswar

ସୋନପୁର: ଆଜି ସକାଳେ ସୋନପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଅଟୋର ମୁହାଁମୁହିଁ ଧକ୍କା । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଏକ ଅଟୋ ବଲାଙ୍ଗୀର ପଟୁ ସୋନପୁର ଅଭିମୁଖେ ଆସୁଥିବା ବେଳେ ଏକ କାର ସୋନପୁର ପଟୁ ଯାଉଥିଲା। ୫୭ ନଂ ଜାତୀୟ ରାଜପଥ ଖାରି ନିକଟରେ ଉଭୟ କାର୍-ଅଟୋ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଅଟୋରେ ଥିବା ୮ଜଣ ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ। ସେହିପରି ଜଣେ ବାଇକ୍‌ ଆରୋହୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Also Read  Veteran actress Kirron Kher mesmerised with the magic blend of Sambalpuri sarees at Mehers'