ନିଜ କଥା ରଖିଲା ଆପ୍‌: ପଞ୍ଜାବବାସୀଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବ ସରକାର

0
260
300-unit-free-electricity in punjab

ପଞ୍ଜାବ: ପଞ୍ଜାବରେ ନିର୍ବାଚନ ପରେ ନିଜ କଥା ରଖିଛି ଆମ୍‌ ଆଦମୀ ପାର୍ଟି। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ସରକାର ଘୋଷଣା କରିଛନ୍ତି ଯେ ଜୁଲାଇ ୧ରୁ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ ଦିଆଯିବ। ତେବେ ଏଥିରେ କିଛି ସର୍ତ୍ତ ବି ରହିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ସରକାର ୩୧ ଡିସେମ୍ବର ଯାଏଁ କିଛି ବିଜୁଳି ବିଲ୍‌କୁ ଛାଡ଼ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି କୌଣସି ଘରେ ଦୁଇ ମାସରେ ୬୦୦ ୟୁନିଟ୍‌ରୁ ଅଧିକ ବିଜୁଳି ବ୍ୟବହାର କରାଯାଇଛି, ତେବେ ତାଙ୍କୁ ପୂରା ବିଲ୍‌ ଦେବାକୁ ପଡ଼ିବ। ସେହିପରି ଅନୁସୂଚିତ ଜାତି, ଅନ୍ୟ ପଛୁଆ ବର୍ଗ ଓ ଗରିବ ସୀମା ରେଖା ତଳେ ଥିବା ପରିବାର ଓ ସ୍ୱାଧୀନତା ସଂଗ୍ରାମୀ ସେନାଙ୍କୁ ମଧ୍ୟ ମାଗଣାରେ ୬୦୦ ୟୁନିଟ୍‌ ବିଜୁଳି ମିଳିବ। କିନ୍ତୁ ଯଦି ସେମାନେ ଏହି ୨ ମାସ ଭିତରେ ୬୦୦ ୟୁନିଟ୍‌ରୁ ଅଧିକ ଇଲେକ୍ଟ୍ରି ଖର୍ଚ୍ଚ କରିଥାନ୍ତି, ତେବେ ସେମାନେ କେବଳ ଅତିରିକ୍ତ ବିଲ୍‌ ହିଁ ଦେବେ।

ଖାସ୍‌ କଥା ହେଉଛି ଏହି ପରିବାରକୁ ପୂର୍ବରୁ ବି ୨୦୦ ୟୁନିଟ୍‌ ବିଜୁଳି ମାଗଣାରେ ମିଳୁଥିଲା। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଦ୍ୟୋଗୀ ଓ କମର୍ସିଆଲ ଉପଭୋକ୍ତାଙ୍କ ପାଇଁ ତାରିଫ୍‌ ବଢ଼ାଯିବ ନାହିଁ ଓ କୃଷି କ୍ଷେତ୍ର ପାଇଁ ମଧ୍ୟ ମାଗଣା ବିଜୁଳି ପ୍ରଦାନ ଜାରି ରହିବ। ଏହି ନିଷ୍ପତ୍ତି ଯୋଗୁ ୮୦ ପ୍ରତିଶତ ପରିବାର ଲାଭବାନ୍‌ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Also Read  ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ, ମନ୍ଦିରର ବିକାଶ ପାଇଁ ୧୫ ଦିନ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ