ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ, ମନ୍ଦିରର ବିକାଶ ପାଇଁ ୧୫ ଦିନ ମଧ୍ୟରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

0
174
5t-secretary-v-k-pandian-visits-alarnath-temple of Bramhagiri

ବ୍ରହ୍ମଗିରି: ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ସୁବିଧା ବାବଦରେ ସମୀକ୍ଷା କରିବା ଓ ମନ୍ଦିର ଭିତ୍ତିଭୂମୀର ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେଠାରେ ପହଂଚିଥିଲେ ୫ ଟି ସଚିବ । ପ୍ରଭୁ ଅଲାରନାଥ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ପୂଜା ପାଇଥାନ୍ତି । ମହାପ୍ରଭୂଙ୍କ ସ୍ନାନଯାତ୍ରା ସମୟରେ ଅଲାରନାଥ ମନ୍ଦିରରେ ମହାପ୍ରଭୂ ୧୫ ଦିନ ପାଇଁ ରହିଥାନ୍ତି । ଏହାସହ ଏହି ସ୍ଥାନଟି ରାମାନୁଜାଚାର୍ଯ୍ୟ ଓ ଶ୍ରୀ ଚୈତନ୍ୟଙ୍କ ପରି ସାଧୁମାନଙ୍କ ତୀର୍ଥଯାତ୍ରା ପାଇଁ ବେଶ୍ ପ୍ରସିଦ୍ଧ ।

ବର୍ଷେ ଭିତରେ ମନ୍ଦିର ନୂଆ ରୂପ ପାଇବ ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର । ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ଦର୍ଶନ ପରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ କରିଥିଲେ ସେବାୟତ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି ସଚିବ । ମନ୍ଦିର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ବିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୱୋଚନା କରିଥିଲେ । ବର୍ଷେ ଭିତରେ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ । ଏହି ଗସ୍ତବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲପାଳ ସମର୍ଥ ବର୍ମା, କାର୍ଯ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓବିସିସି ଅଧିକାରୀମାନେ ଉପସ୍ଥିତ ଥିଲେ ।

Also Read  56 gunny bags of weed seized by Malkangiri police in Badaguda forest; 28 locals held

LEAVE A REPLY

Please enter your comment!
Please enter your name here