ରାଜ୍ୟରେ ୪୪୧ ପଜିଟିଭ, ୭୫ ଶିଶୁ ସଂକ୍ରମିତ : ଆଉ ୪ ସଂକ୍ରମିତଙ୍କ ମୃତ୍ୟୁ

0
256
ପୁଣି ଦୈନିକ ସଂକ୍ରମଣ କମିଲା
ପୁଣି ଦୈନିକ ସଂକ୍ରମଣ କମିଲା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୭୫ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫ ଜଣ ସଂକ୍ରମିତ ଅଛନ୍ତି ।

ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି ପାଇଛି।  ଅନୁଗଳ ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଓ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି।

ସେହିପରି କଟକରୁ ୩୭ ଜଣ, ସମ୍ୱଲପୁରରୁ ୧୮ ଜଣ, ଜଗତସିଂହପୁରରୁ ୧୬ ଜଣ, ,  ସୁନ୍ଦରଗଡ଼ରୁ ୧୪ ଜଣ, ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୬ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୩ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧରୁ ୪ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୬ ଜଣ,  ଯାଜପୁରରୁ ୧୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୫ ଜଣ, କେନ୍ଦୁଝରରୁ ୧ ଜଣ,  ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୧୦ ଲକ୍ଷ ୩୭ ହଜାର ୯୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୫ ହଜାର ୦୨୫ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୪ ହଜାର ୫୮୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  ରାଜ୍ୟରେ ପୁଣି ୫ ଶହ ଉପରେ ଆକ୍ରାନ୍ତ : ୭୦ ଶିଶୁ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here