ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ

0
260
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

ଭୁବନେଶ୍ୱର, ୨୬ା୧୦:  ଦୁର୍ନୀତି ନିବାରଣ ଅଭିଯାନରେ ସଂକଳ୍ପବଦ୍ଧ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନରେ ସହାୟକ ହେବାକୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ  ଦେଇଛନ୍ତି। ଅକ୍ଟୋବର ୨୬ରୁ ନଭେମ୍ବର ୧ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି।
ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ପ୍ରମୁଖ ଅନ୍ତରାୟ। ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ। ଦୁର୍ନୀତି ମଧ୍ୟ ସୁଶାସନ, ସାମାଜିକ ସଂହତି ତଥା ବ୍ୟକ୍ତି ମର୍ଯ୍ୟାଦା ଓ ଅଧିକାରର ପରିପନ୍ଥୀ। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସ୍ୱଚ୍ଛତା ଏବଂ ଶୂନ୍ୟ ସହିଷ୍ଣୁତା ଉପରେ ପ୍ରାଧାନ୍ୟ ଦେଇଆସୁଛନ୍ତି।
ଦୁର୍ନୀତି ବିରୋଧରେ ସଂଗ୍ରାମର ସଫଳତା ପାଇଁ ଜନଶିକ୍ଷା ଓ ସଚେତନତା ତଥା ଗୋଷ୍ଠୀଗତ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତିମୁକ୍ତ ସମାଜ ଗଠନ ସହ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମାଜର ସବୁବର୍ଗର ଆକୁଣ୍ଠ ସମର୍ଥନ, ସହଯୋଗ ଓ ସହଭାଗିତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।
Also Read  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ: ବଦଳିଲେ କଟକ, ଭୁବନେଶ୍ୱର ଡିସିପି

LEAVE A REPLY

Please enter your comment!
Please enter your name here