ଓଡ଼ିଶାରେ ବିଜେପି ଜାତୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ସମେତ ୩ ଜଣିଆ କେନ୍ଦ୍ରୀୟ ଦଳ

0
465
BJP Announces The Name Of Mayor It's Candidate For BMC
BJP Announces The Name Of Mayor It's Candidate For BMC

ଭୁବନେଶ୍ୱର, ୨୯ା୧0 : ବିଜେପିର ଜାତୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ନୂଆପଡ଼ାରେ ପହଞ୍ଚିଛନ୍ତି। ସେମାନେ ବଲାଙ୍ଗୀର ଜିଲ୍ଲାର ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାରକୁ ଭେଟିବା ସହ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗ ପବ୍ଲିକ୍ ସ୍କୁଲକୁ ଯିବେ ।

ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରି ଜୋରଦାର ବିରୋଧ ପ୍ରଦର୍ଶନ କରୁଥିବା ଭାରତୀୟ ଜନତା ପାର୍ଟି ଏହି ଘଟଣାକୁ ଜମାରୁ ହାଲୁକା ଭାବେ ନେବାକୁ ଚାହୁଁ ନାହିଁ। ଦିଲ୍ଲୀରେ ଦଳର ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏହି ଘଟଣାକୁ ନେଇ ଓଡ଼ିଶା ସରକାର ଉପରେ ବର୍ଷିଥିବା ବେଳେ ଆଜି ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି.ଶ୍ରୀନିବାସନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଭି. ଶ୍ରୀନିବାସନ ରାୟପୁରରରୁ ଓଡ଼ିଶାର ଖରିଆର ରୋଡ ଦେଇ ଆଜି ମମିତା ମେହେରଙ୍କ ଗାଁ ବଲାଙ୍ଗୀର ଝରଣୀ ଗାଁକୁ ଓ ତା ପରେ ମହଲିଙ୍ଗ କଲେଜକୁ ଯିବାକୁ ଥିବା ବେଳେ, ଗ୍ରାଉଣ୍ଡରୁ ଯାହା ଦେଖିବେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ଜଣାପଡ଼ିଛି।ଖରିଆର ରୋଡଠାରେ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳର ସଭ୍ୟାମାନଙ୍କୁ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପାଢ଼ୀ, ଅଭିନନ୍ଦନ ପଣ୍ଡା, ଜେମାମଣି ପାଣ୍ଡେ,ସରିତା ସିଂହ, ମନିଜର ଆର୍ଯ୍ୟ ଓ ଗୋଲଡି ଅଗ୍ରୱାଲ୍ ପ୍ରମୁଖ ସ୍ବାଗତ କରିଥିଲେ।

ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ସହିତ ତିନିଜଣିଆ ଟିମ୍ ଘଟଣାର ସବିଶେଷ ତଥ୍ୟ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ପ୍ରଦାନ କରିବେ ବୋଲି ମଧ୍ୟ ତିନିଜଣିଆ ଟିମରେ ସାମିଲ ଥିବା ହରିୟାଣାର ସାଂସଦ ସୁନୀତା ଦୁଗଲ ସୂଚନା ଦେଇଛନ୍ତି।

Also Read  Odisha govt fails to recover Rs 3,966 crore fine imposed by SC for illegal mining: CAG