ଶ୍ରୀମନ୍ଦିରରେ ଦୀପାବଳୀ ଦିନ ସାଧାରଣ ଦର୍ଶନ ମନା : ଚତୁଃପାଶ୍ୱର୍ରେ ଲାଗିବ ୧୪୪ ଧାରା

0
465
ଶ୍ରୀମନ୍ଦିର
ଶ୍ରୀମନ୍ଦିର

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ଦୀପାବଳୀ ଅମାବାସ୍ୟା । ଏହିଦିନ ପୟାଶ୍ରାଦ୍ଧ ବି ଅନୁଷ୍ଠିିତ ହୁଏ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରବଳ ମାତ୍ରାରେ ଶ୍ରାଦ୍ଧାଳୁ ପୁରୀରେ ପୟାଶ୍ରାଦ୍ଧ ପାଇଁ ଛୁଟି ଆସନ୍ତି । ଦୀପାବଳି ଦିନ ଭକ୍ତମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଡିଆ କାଠ ଜାଳିଥାନ୍ତି। ତେଣୁ କୋଭିଡ ସଂକମ୍ରଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏଥିସହ ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯିବାକୁ ନିଷ୍ୱତ୍ତି ହୋଇଛି ।
ଶ୍ରୀମନ୍ଦିର
ତେବେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ କାଉଡିଆ କାଠି ଜାଳିବା ଉପରେ କଟକଣା ଜାରି କରାଯାଇଛି।  ଏଥିସହ କାଳିପୂଜା ଅବସରରେ ୪ ଓ ୫ ତାରିଖରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣକାଳୀ ପୀଠରେ ୧୪୪ଧାରା ଜାରି କରାଯିବ।

ସୂଚନାଯୋଗ୍ୟ,  ଆଜିଠୁ ପଶ୍ଚିମଦ୍ୱାର ଦେଇ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ପୁରୀ ବାସିନ୍ଦା। ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଦୁଇଟି କିଓସ୍କ କରାଯାଇଛି। ସ୍ୱତନ୍ତ୍ର ଧାଡିରେ ପୁରୀ ବାସିନ୍ଦା ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏଥିନିମନ୍ତେ ସେମାନଙ୍କୁ ଦୁଇଟି ଡୋଜ କୋଭିଡ୍ ଟିକା କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ।  ଦର୍ଶନ ପରେ ଉତ୍ତର କିମ୍ବା ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିପାରିବେ।
Also Read  CM announces to hike Rs 2.5 lakh gratuity of all staff of government-aided schools