ଦନ୍ତେଓ୍ୱାଡ଼ାରେ ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ : ତିନି ମହିଳା ନକ୍ସଲ ନିହତ

0
297
ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ
ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ନକ୍ସଲ ଓ ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ପୁଲିସ ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି। ମୃତ ୩ ନକ୍ସଲ ମହିଳା ବୋଲି ଜଣାପଡ଼ିଛି। ସେମାନେ ହେଲେ କଟେ କଲ୍ୟାଣ, ରାଜେ ମୁଚାକି ଓ ଗୀତା ମାର୍କମ।

ରାଜେ ମୁଚାକି ନକ୍ସଲ ସଂଗଠନର ସଦସ୍ୟ ଥିବା ବେଳେ ତାଙ୍କ ନାଁରେ ଛତିଶଗଡ଼ ସରକାର ପକ୍ଷରୁ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେହିପରି ଗୀତା ମାର୍କମ କେ.ଏ.ଏମ.ସି ସଂଗଠନର ମୁଖ୍ୟ ଥିଲେ। ତାଙ୍କ ନାଁରେ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସମେତ ବନ୍ଧୁକ ଓ ନକ୍ସଲ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଅଦିବଲ ଓ କୁଞ୍ଜରସ ଜଙ୍ଗଲରେ ପୁଲିସ କର୍ମୀମାନେ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ତିନି ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା।

Also Read  ଆକାଶରୁ ବର୍ଷୁଛି ନିଆଁ; ୪୪ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର, ବାହାରକୁ ନ ବାହାରିବାକୁ ପରାମର୍ଶ