କଟକ, ଭୁବନେଶ୍ୱର ବାଉନ୍ସରଙ୍କୁ ଲଗାମ : ବାରରରେ ନିଯୁକ୍ତ ନେଇ ପୁଲିସର କ’ଣ ରହିଛି ଗାଇଡଲାଇନ ?

0
432
ବାଉନ୍ସର
ବାଉନ୍ସର

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱର ଭଳି ସହରରେ ଥିବା ବାରରେ ସିଧାସଳଖ ବାଉନ୍ସର ନିଯୁକ୍ତ ପାଇବେନି । ସେମାନଙ୍କ ଉପରେ ରୋଗ ଲଗାଇଛି କମିଶନରେଟ ପୁଲିସ ।

ଦ୍ୱୈତ ନଗରୀରେ ଥିବା ବାରରେ ଏବେ ନିଯୁକ୍ତ ହୋଇପାରିବେ ନାହିଁ ବାଉନ୍ସର । ବାଉନ୍ସର ନିଯୁକ୍ତ ନେଇ କଟକଣା ଲଗାଇଛନ୍ତି ପୁଲିସ କମିଶନର । ନିଯୁକ୍ତି ପ୍ରକ୍ରିୟାରେ ୨ ମାସ ପାଇଁ କଟକଣା ଲଗାଇଛନ୍ତି କମିଶନରେଟ ପୁଲିସ । ଯେଉଁ ବାରରେ ବାଉନ୍ସର ଆବଶ୍ୟକ ହେଉଛନ୍ତି, ସେମାନେ କେବଳ ପଞ୍ଜୀକୃତ ସଂସ୍ଥାରୁ ଆଣିପାରେବେ ।

ସୁରକ୍ଷା ଦାୟିତ୍ୱରେ ରଖୁଥିବା କର୍ମାଚାରୀଙ୍କୁ ଯଦି କୌଣସି ସଂସ୍ଥା ନିଯୁକ୍ତି ଦେବେ, ତାହା ପୂର୍ବରୁ ସ୍ଥାନୀୟ ପୁଲିସ ଷ୍ଟେସନରେ ଜଣାଇବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ପୁଲିସ କମିଶନର । ସେହିପରି ବାଉନ୍ସର ନିଯୁକ୍ତି ପୂର୍ବରୁ ଚରିତ୍ର ପଞ୍ଜିକା ଦେଖିବା ବାଧ୍ୟତା ମୂଳକ । କେବଳ ପଞ୍ଜୀକୃତ ସଂସ୍ଥାରୁ ନିରାପତ୍ତା କର୍ମାଚାରୀଙ୍କୁ ନିଯୁକ୍ତି ଦେଇପାରିବେ । ଏନେଇ ଲିଖିତ ଭାବେ ସ୍ଥାନୀୟ ପୁଲିସକୁ ଜଣାଇବେ ବାର ମାଲିକ । କାଲିଠୁ ଏହି କଟକଣା ବଳବତ୍ତର ନେଇ ପୁଲିସ କମିଶନର ନିର୍ଦେଶନାମା ଜାରି କରିଛନ୍ତି ।

Also Read  କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି : ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା

LEAVE A REPLY

Please enter your comment!
Please enter your name here