ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

0
368
କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ
କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

୨୦୨୨ ସୁଦ୍ଧା ସମ୍ବଲପୁରର ପ୍ରତ୍ୟେକ ଘରେ ପହଞ୍ଚିବ ବିଶୁଦ୍ଧ ପାଣି

ସମ୍ବଲପୁର: ବିଏସ୍‌କେୱାଇ ଜରିଆରେ ଓଡ଼ିଶାର ୯୬ ଲକ୍ଷ ପରିବାର ସହିତ ସମ୍ବଲପୁର ଜିଲ୍ଲାର ୭ ଲକ୍ଷ ୭୦ ହଜାର ପରିବାର ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ପାଇବେ। ଦେଶର ୨୦୦ଟି ଡାକ୍ତରଖାନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସେବା ମିଳିବ।ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଠାରେ ୪୪୫ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବଲପୁର ଜିଲ୍ଲାକୁ ୧୫୫୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ନବୀନ ପଟ୍ଟନାୟକ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି , ମାଆ ସମଲେଶ୍ୱରୀଙ୍କ ପୀଠକୁ ଆସି ଆଜି ବହୁତ ଖୁସି ଥିବା କହିଛନ୍ତି। ଇତିହାସ, ଅର୍ଥନୀତି, ରାଜନୀତି ଶିକ୍ଷା, ସଂସ୍କୃତିରେ ସମ୍ବଲପୁରର ବିଶେଷ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମ୍ବଲପୁରୀ ଭାଷା ପରି ସମ୍ବଲପୁରର ଗୀତ ଏବଂ ଶାଢ଼ି ସାରା ବିଶ୍ୱରେ ବେଶ ଆଦର ସାଉଣ୍ଟିଛି। ବିଶ୍ୱ ଦରବାରରେ ଆଜି ଶାଢ଼ି ପାଇଁ ସମ୍ବଲପୁର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସେପଟେ ମାଆ ସମଲେଶ୍ୱରୀଙ୍କ ସୌନ୍ଦର୍ଯ୍ୟକରଣ ଏବଂ ବିକାଶମୂଳକ କାର୍ଯ୍ୟକୁ ସରକାର ନିଜ ହାତକୁ ଦେଇଛନ୍ତି। ଯାହାଦ୍ୱାରା ଏଠାରୁ ଆସୁଥିବା ପର୍ଯ୍ୟଟକ ବେଶ ସୁବିଧା ପାଇପାରିବେ।

ସମ୍ବଲପୁର ଜିଲ୍ଲାରେ ବିଶୁଦ୍ଧ ପାନୀୟ ‌ଜଳ ଯୋଗାଣ ନିମନ୍ତେ ୧ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। କୁଚିଣ୍ଡା ଏବଂ ରେଢ଼ାଖୋଲ ଏନ୍‌ଏସି ଅଞ୍ଚଳର ଲୋକେ ପାଇକ୍ ଯୋଗ ପିଇବା ପାଣିପାରୁଛନ୍ତି। ତେବେ ଆସନ୍ତା ୨୦୨୨ ସୁଦ୍ଧା ସମ୍ବଲପୁରର ପ୍ରତ୍ୟେକ ଘରକୁ ପାଇପ୍ ପାଣି ମିଳିପାରିବ ବୋଲି କହିଥି‌ଲେ।ସମ୍ବଲପୁରର ୭ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ। ମା ସମଲେଶ୍ବରୀ ମନ୍ଦିର ଲୋକଙ୍କ ଆସ୍ଥାର କେନ୍ଦ୍ର ହୋଇଛି। ପ୍ରତ୍ୟେକ ଦିନ ରାଜ୍ୟ ଓ ରାଜ୍ୟର ବାହାରର ବହୁ ଲୋକ ଦର୍ଶନ ପାଇଁ ଆସିଥାନ୍ତି। ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ପଦ‌କ୍ଷେପ ନିଆଯାଇଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଗନ୍ନାଥଙ୍କ ଭକ୍ତ। ନବୀନ ବାମ ହାତ ହଲେଇଦେଲେ ସବୁ ବନ୍ୟାବାତ୍ୟା ଚାଲିଯାଉଛି। ନବୀନ ଶାସନରେ ସମସ୍ତେ ସୁରକ୍ଷିତ। ଉପମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତା ଓ ଚେତନାରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ରହିଛି ବୋଲି କହିଥିଲେ। କୁଚିଣ୍ଡା ବିଧାୟକ କିଶୋର ନାୟକ କହିଲେ, ଓଡ଼ିଶାରେ ଯାହାର କେହିନାହାନ୍ତି, ତାଙ୍କର ନବୀନ ପଟ୍ଟନାୟକ ଅଛନ୍ତି । ସେ ଭାଙ୍ଗିଯାଇଥିବା କୁଚିଣ୍ଡ‌ାର ଝୁଲେନ୍‌ ପ‌ୋଲର ପୁନଃ ନିର୍ମାଣ ଏବଂ ମରୁଡ଼ି ପ୍ରପୀଡ଼ିତ ଲୋକଙ୍କୁ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆକାଶ ଦାସ ନାୟକ ଓ ଶ୍ରୀମୟୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Also Read  ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ : ବର୍ଷକୁ କେତେ ଥର ସୁନାବେଶ ହୁଅନ୍ତି ?