ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା : ଜନଜୀବନ ପ୍ରଭାବିତ

0
640
ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା
ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା

ତାମିଲନାଡୁର ୪ ଜିଲ୍ଲାରେ ସ୍କୁଲ୍‌ କଲେଜ ଛୁଟି

ଚେନ୍ନାଇ:  ଚେନ୍ନାଇରେ ଅବିଶ୍ରାନ୍ତ ବର୍ଷା ହେତୁ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍‌ ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚୀପୁରମ୍ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ଥିବା ସ୍କୁଲ୍‌ ଓ କଲେଜ ସବୁ ସୋମବାର ଓ ମଙ୍ଗଳବାର ଛୁଟି ରହିବ ବୋଲି ଘୋଷଣା କରିଛନ୍ତି। ଉପରୋକ୍ତ ଜିଲ୍ଲାରେ ସରକାରୀ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ନିର୍ଦେଶ ଦିଆଯାଇଛି।

ଚେନ୍ନାଇର ପଡ଼ି, ପୁରସୱାଲ୍‌କମ୍‌ ଏବଂ କୋଲତୁର ଅଞ୍ଚଳ ଗସ୍ତ କରିବା ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବର୍ଷା ବିତ୍ପାତଜନିତ ଯେକୌଣସି ଜରୁରୀକାଳୀନ ପରିସ୍ଥିତି ନିମନ୍ତେ ପ୍ରଶାସନ ପ୍ରସ୍ତୁତ ରହିଛି।ଜରୁରୀକାଳୀନ ସେବା ପାଇଁ ମଦୁରାଇ ଏବଂ କୁଡ୍ଡାଲୋର୍‌ ଜିଲ୍ଲାରେ ‘ଏନ୍‌ଡିଆର୍‌ଏଫ୍‌’ର ୪ଟି ଟିମ୍‌ ମୁତୟନ କରାଯାଇଛି। ରବିବାର ସକାଳ ଠାରୁ ୪୪ଟି ଥଇଥାନ କେନ୍ଦ୍ରରେ ୫୦,୦୦୦ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି।

ଆଗାମୀ ୩ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଥିବାରୁ ଗସ୍ତ ଯୋଜନା ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଷ୍ଟାଲିନ୍‌ଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରି ରାଜ୍ୟବାସୀଙ୍କ ପାଇଁ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Also Read  Jaishankar to Represent India at Donald Trump's Inauguration