ଲଖିମ୍‌ପୁର ଖେରି ମାମଲା : ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ

0
532
‘Former High Court Judge to Monitor Probe in Lakhimpur Kheri Violence Case
Former High Court Judge to Monitor Probe in Lakhimpur Kheri Violence Case

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରି ମାମଲାରେ ଉତ୍ତର ପ୍ରଦେଶ ପୁଲିସ କରୁଥିବା ତଦନ୍ତ ବେଗ ଉପରେ ସୋମବାର ଦିନ ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ‘ଏସ୍‌ଆଇଟି’ ତଦନ୍ତ ତଦାରଖ କରାଇବାକୁ ସୁପାରିସ କରିଛନ୍ତି।

ଶୀର୍ଷ ଅଦାଲତର ପ୍ରଧାନ ବିଚାରପତି ଏନ୍‌. ଭି. ରମନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଲେ, ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବ ନାହିଁ। ‘ସିବିଆଇ’ ସବୁ ସମସ୍ୟାର ସମାଧାନ ନୁହେଁ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ମାମଲାର ତଦନ୍ତ କରାଇବା ସହ ପୃଥକ୍‌ ଚାର୍ଜସିଟ୍‌ ଦାଖଲ କରନ୍ତୁ ବୋଲି ଆମେ ଚାହୁଁଛୁ। ସଂଗୃହୀତ ପ୍ରମାଣ ସବୁ ସୁରକ୍ଷିତ ରଖାଯାଉ ବୋଲି ମଧ୍ୟ ଆମେ ଚାହୁଁଛୁ।

ଅକ୍ଟୋବର ୩ ତାରିଖ ଦିନ ଘଟିଥିବା ଉକ୍ତ ଘଟଣା ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରୁଥିଲେ। କୃଷକ ପ୍ରତିବାଦ ଚାଲିଥିବା ବେଳେ ହିଂସାକାଣ୍ଡ ଘଟି ସେଦିନ ୪ଜଣ କୃଷକଙ୍କ ସମେତ ୮ଜଣଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶ ପ୍ରମାଣ ରେକର୍ଡ ପାଇଁ ଉତ୍ତର ପ୍ରଦେଶ ‘ଏସ୍‌ଆଇଟି’ ଅବଲମ୍ବନ କରିଥିବା ଉପାୟ ଉପରେ ଭରସା ନ ଥିବା କଥା ମଧ୍ୟ ସୁପ୍ରିମ୍‌ କୋର୍ଟ କହିଛନ୍ତି। ପ୍ରତିବାଦରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଯିବା ଏବଂ ଅଭିଯୁକ୍ତଙ୍କୁ ପିଟି ପିଟି ମାରିବା ଘଟଣାର ଯଥାର୍ଥ ତଦନ୍ତ କରାଯିବା ଉଚିତ।

Also Read  ନିଟ-ପିଜି କାଉନ୍‌ସେଲିଂରେ ବିଳମ୍ବ : ପୁଣି ଡାକ୍ତର-ପୁଲିସ ମୁହାଁମୁହିଁ