୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବିଭ୍ରାଟ ଅଭିଯୋଗ ଆଣିଲା ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ

0
310
ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ
ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ

ଭୁବନେଶ୍ବର: ୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ ଏହି ଅଭିଯୋଗ ଆଣିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଟେଲି ଫିଲ୍ମରେ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରକୁ ସାମିଲ କରାଗଲା କେମିତି? ୨୦ଟି ପୁରସ୍କାରରୁ ୧୨ଟି ପୂର୍ଣ୍ଣାଙ୍ଗ ଫିଚର ଫିଲ୍ମ (ଅବଧି ୨ ଘଣ୍ଟାରୁ ଅଧିକ) ବଛାଯାଇଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ନିମକୀ’, ‘କାଳିଆ କରୁଛି ଲୀଳା’ ଇତ୍ୟାଦି ସାମିଲ ହେଲା କେମିତି?

ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନର ଅଭିଯୋଗ ଅନୁସାରେ ଟେଲି ଫିଲ୍ମ ୪୫ ମିନିଟ ଭିତରେ ରହିବା କଥା। ଜୁରୀରେ ୭ ସଦସ୍ୟ ରହିବା ସ୍ଥଳେ ୫ ରହିଲେ କେମିତି? ଶ୍ରେଷ୍ଠ ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ ହିନ୍ଦୀ ଫିଲ୍ମର ରିମେକ। ଟେଲି ପୁରସ୍କାର ଜୁରୀ କମିଟିକୁ ବରଖାସ୍ତ କରି ପୁଣି ଥରେ ଚୟନ କରାଯାଉ। ଦାବି କଲେ ସା. ସମ୍ପାଦକ ନରେନ୍ଦ୍ର ପାତ୍ର ଓ ଅନ୍ୟମାନେ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ୮ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏଥିରେ ‘କାଳିଆ କରୁଛି ଲୀଳା’‌ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ ହୋଇଛି। ସମାରୋହରେ ଏହି ପୁରସ୍କାର ପାଇଁ ୫୦ ହଜାର ଟଙ୍କା ଓ ମାନପତ୍ର ପାଇବେ ନୀଳମାଧଵ ପଣ୍ଡା।

Also Read  Padma Bhushan awardee Ramakanta Rath passes away