କାଲିଠୁ ଶ୍ରଦ୍ଧାଳୁଙ୍କ ପାଇଁ କର୍ତ୍ତାରପୁର କରିଡର ଖୋଲିବ

0
196
ଶ୍ରଦ୍ଧାଳୁଙ୍କ ପାଇଁ କର୍ତ୍ତାରପୁର କରିଡର ଖୋଲିବ
ଶ୍ରଦ୍ଧାଳୁଙ୍କ ପାଇଁ କର୍ତ୍ତାରପୁର କରିଡର ଖୋଲିବ

ନୂଆଦିଲ୍ଲୀ: ଗୁରୁ ନାକକ ଜନ୍ମଦିନର ଦୁଇ ଦିନ ପୂର୍ବରୁ ଅର୍ଥାତ ଆସନ୍ତାକାଲି ଠାରୁ କର୍ତ୍ତାରପୁର ସାହିବ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ। ଫଳରେ ଶିଖ ଶ୍ରଦ୍ଧାଳୁମାନେ ପାକିସ୍ତାନରେ ଥିବା ଦରବାର ସାହିବ କର୍ତ୍ତାରପୁରରେ ପହଞ୍ଚି ପାରିବେ। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏହି ନିଷ୍ପତ୍ତି ବିପୁଳ ସଂଖ୍ୟକ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଲାଭପ୍ରଦ ହେବ ବୋଲି ସେ କହିଛନ୍ତି। ମହାମାରୀ କରୋନା ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ଏହି ୪.୪ କିମିର କରିଡର ବନ୍ଦ ରହିଥିଲା। ଏହା ନ ଖୋଲିବା ପଛରେ ପାକିସ୍ତାନର ହାତ ଥିବା ଭାରତ ସରକାର ଅଭିଯୋଗ କରି ଆସୁଥିଲେ। କିନ୍ତୁ ଗତ ସପ୍ତାହରେ ପାକିସ୍ତାନ ପକ୍ଷରୁ କରିଡର ଖୋଲିବାକୁ ଭାରତ ସରକାରଙ୍କୁ କୁହାଯାଇଥିଲା। ଏହା ଉପରେ ବିଚାର କରିବା ପରେ ଶ୍ରୀ ଶାହ କରିଡର ଖୋଲିବା ସମ୍ପର୍କରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଗୋଟିଏ ବଡ଼ ନିଷ୍ପତ୍ତିକ୍ରମେ ଓ ବିପୁଳ ସଂଖ୍ୟକ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନଭେମ୍ବର ୧୭ ଅର୍ଥାତ କାଲିଠାରୁ କର୍ତ୍ତାରପୁର କରିଡର ଖୋଲିବାକୁ ଯାଉଛନ୍ତି। ଶ୍ରୀ ଗୁରୁ ନାନକ ଦେବ ଜୀ ଓ ଶିଖ ସଂପ୍ରଦାୟ ପ୍ରତି ମୋଦି ସରକାରଙ୍କ ଗଭୀର ସମ୍ମାନ ରହିଛି।” ଗୁରୁପର୍ବ ଅର୍ଥାତ ନାନକ ଦେବଙ୍କ ଜନ୍ମଦିନ ପୂର୍ବରୁ କରିଡର ଖୋଲିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ, କଂଗ୍ରେସର ପଞ୍ଜାବ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଠାରୁ ଆରମ୍ଭ କରି ବହୁ ଶିଖ ସଂପ୍ରଦାୟର ଲୋକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଆଜି ଅମରିନ୍ଦର ସିଂହ ଓ ସିଦ୍ଧୁ ଉଭୟ କରିଡର ଖୋଲିବାକୁ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିଥିଲେ।

ଗତବର୍ଷ କରିଡର ବନ୍ଦ ହେବା ପରେ ପାକିସ୍ତାନ ସହାୟତାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ୱାଘା-ଅଟ୍ଟାରୀ ସୀମାରେ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଉଥିଲା। ଏବେ କରିଡର ଖୋଲିବାରୁ ଶ୍ରଦ୍ଧାଳୁମାନେ ଦରବାର ସାହିବକୁ ଯାଇପାରିବେ। ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ ଭାରତ ସରକାର ପାକିସ୍ତାନର ରବି ନଦୀ କୂଳରେ ଥିବା କର୍ତ୍ତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବ ଯାଏ କରିଡର୍ ନିର୍ମାଣ କରିଛନ୍ତି। ଏଥିରେ ପାକିସ୍ତାନ ମଧ୍ୟ ସହଯୋଗ କରିଥିଲା। ଏହି କରିଡର୍‌ଟି ପଞ୍ଜାବର ଗୁରୁଦାସପୁରଠାରୁ ଅନ୍ତର୍ଜାତୀୟ ସୀମା ଯାଏ ଲମ୍ବିଛି। କର୍ତ୍ତାରପୁର ସାହିବ ଅନ୍ତର୍ଜାତୀୟ ସୀମାର ବିପରୀତ ପାର୍ଶ୍ୱରେ ରହିଛି।

ଏଠାରେ ଗୁରୁ ନାନକ ଦେବ ବିଶ୍ରାମ କରିଥିଲେ। ତେଣୁ ଏହାକୁ ଶିଖ୍‌ ଧର୍ମାବଲମ୍ବୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଧର୍ମପୀଠ ଭାବେ ପରିଚିତ। ଶିଖ୍‌ ଶ୍ରଦ୍ଧାଳୁ ଯେଉଁଭଳି ଭାବେ ସହଜରେ ସେଠାକୁ ଯା’ଆସ କରିପାରିବେ, ସେଥିପାଇଁ ଭାରତ ସରକାର କରିଡର୍ ନିର୍ମାଣ କରିଛନ୍ତି। ଏହି କରିଡର୍ ନିର୍ମାଣ ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିଛନ୍ତି ଓ ଏଥିରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।

Also Read  ୩ ଓ ୪ରେ ମେଘୁଆ ପାଗ : ବର୍ଷା ସମ୍ଭାବନା

ମହାମାରୀ କରୋନା ବ୍ୟାପିବାରୁ ୨୦୨୦ ମସିହା ମାର୍ଚ୍ଚ ମାସରେ ପାକିସ୍ତାନ କରିଡର ବନ୍ଦ କରିଥିଲା। ଏହାପରେ ପ୍ରଥମେ ଜୁନ୍‌ ୨୭ରେ ଏହା ଖୋଲାଯିବ ବୋଲି ଇସଲାମାବାଦ କହିଥିଲା। ଏହାପରେ ଏହାକୁ ଅକ୍ଟୋବର ୩କୁ ଘୁଞ୍ଚା ଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ନଥିଲା।

LEAVE A REPLY

Please enter your comment!
Please enter your name here