ରାଜ୍ୟର ୧୧ ଜିଲ୍ଲାରେ ବଡ଼ ଧରଣର ଜିଏସ୍‌ଟି ରେଡ୍

0
242

ଭୁବନେଶ୍ୱର: ରାଜ୍ୟରେ ଜିଏସ୍‌ଟି ଫାଙ୍କି ଅଭିଯୋଗରେ ବଡ଼ ଧରଣର ଚଢ଼ାଉ । ୧୧ଟି ଜିଲ୍ଲାର ୧୪ ହୋଲସେଲର ଓ ୩୨ ସୋରୁମରେ ଏକକାଳୀନ ଜିଏସଟି ଚଢାଉ । ଭୁବନେଶ୍ୱରରେ ତିନିଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି । ବାସୁଦେବ ଉଡସ୍, ଫର୍ଣ୍ଣିଚର ଗୋଡାଉନ ଓ ଚିରାଗ ଇଣ୍ଡଷ୍ଟ୍ରିରେ ରେଡ୍‌ ଚାଲିଛି । ୧୩୬ ଜଣ ଅଫିସର ରେଡ୍‌ରେ ସାମିଲ ହୋଇଛନ୍ତି ।

କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ସମ୍ବଲପୁର, ବରଗଡ,ରାଉରକେଲା, ଭବାନୀପାଟଣା, କଣ୍ଟାବାଞ୍ଜିରେ ଚାଲିଛି ଏକକାଳୀନ ରେଡ୍ । କଟକ ଜଗତପୁର ଶିଳ୍ପାଞ୍ଚଳରେ ଜିଏସଟି ଚଢାଉ କରୁଛି । ରାଉରକେଲା ସହରର ଦୁଇଟି ସ୍ଥାନରେ ଜି ଏସ ଟି ଚଢାଉ ହେଉଛି । ଡେଲି ମାର୍କେଟ ଓ ମେନ ରୋଡରେ ଥିବା ଫର୍ଣ୍ଣିଚର ସୋରୁମରେ ଚଢ଼ାଉ ଚାଲିଛି ।

ସେପଟେ ସମ୍ବଲପୁରର ୫ଟି ସ୍ଥାନରେ ରେଡ୍ ହେଉଛି । ଗୋଏଲ ଫର୍ଣ୍ଣିଚର୍‌ରେ ଜିଏସଟି ରେଡ୍ ହୋଇଥିବା ବେଳେ ସହରର ତିନିଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ସେପଟେ ବଲାଙ୍ଗୀର କଣ୍ଟାବାଞ୍ଜିର ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡର୍ସର ପ୍ଲାଏଉଡ ଦୋକାନ ଓ ଗୋଦାମରେ ଚଢ଼ାଉ ଚାଲିଛି । କିଛି ଗୁରୁତ୍ୱପୂର୍ଣ କାଗଜ ପତ୍ର ଜବତ କରି ଯାଞ୍ଚ ଜାରି ରହିଛି ।

Also Read  World leaders congratulate PM on Assembly Election results

LEAVE A REPLY

Please enter your comment!
Please enter your name here