କୁବେର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର

0
308
ପ୍ରତାପ ସାମଲଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର
ପ୍ରତାପ ସାମଲଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ଆଭିମୁଖ୍ୟ । ଦୁର୍ନୀତିରେ ଲିପ୍ତ ରହିଲେ ଯିବ ଚାକିରି । ସରକାରଙ୍କ ଏହି ନୀତି ପୁଣି ଥରେ ପ୍ରମାଣିତ କରିଛି ମୁଖ୍ୟମନ୍ତ୍ରୀ ପ୍ରଶାସନିକ ସ୍ବଚ୍ଛତାକୁ । ଓଡିଶା ରାଜ୍ୟ ପୋଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ପ୍ରତାପଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୩୧ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇସାରିଲାଣି ।

ପ୍ରତାପଙ୍କ ନିକଟରୁ ୧୪ କୋଟି ୮୭ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି। ତାଙ୍କ ଆୟଠାରୁ ୧୦୮୭ ଗୁଣ ଅଧିକ ସଂପତ୍ତି ଠାବ କହିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରତାପ ସାମଲ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ କରିଛି ଭିଜିଲାନ୍ସ।

ସେପଟେ ପ୍ରତାପ ସାମଲଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିଛି ଭିଜିଲାନ୍ସ । ପ୍ରତାପ ସାମଲଙ୍କଠାରୁ ୨୫ଟି ପ୍ଲଟ୍‌ ଠାବ କରିଛି ଭିଜିଲାନ୍ସ। ଯାହାର ମୂଲ୍ୟ ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡ୍ୟୁଟି ମିଶାଇ  ୩,୪୧,୫୮,୪୧୨ ଟଙ୍କା ହେବ। ଏହାବାଦ ଗୋଠପାଟଣାସ୍ଥିତ ପ୍ରତାପଙ୍କ ୫ ମହଲା ବିଶିଷ୍ଟ କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ରହିଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ।  ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ରହିଛି।

ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ୧୨ରୁ ଊର୍ଦ୍ଧ୍ୱ ଟିମ୍ ପ୍ରତାପ ସାମଲଙ୍କର ସମ୍ପତ୍ତି ଠାବ କରିବାକୁ ଭଦ୍ରକ, ବାସୁଦେବପୁର ଓ ଭୁବନେଶ୍ୱରସ୍ଥିତ ଘରେ ଛାନ୍‌ଭିନ୍‌ କରିଥିଲା। ଭୋରରେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜର ପ୍ଲଟ୍ ନମ୍ବର N-6 ୪୧୬ରେ ରେଡ୍ ପାଇଁ ପହଞ୍ଚିଥିବା ଭିଜିଲାନ୍ସ ଟିମ୍‌କୁ ଦେଖି ପାଖାପାଖି ୪୫ ମିନିଟ୍ ଧରି ଘରର କବାଟ ଖୋଲି ନ ଥିଲେ ପ୍ରତାପ। ଏହି ସମୟରେ ସେ ଏକ ପେଟିରେ ପ୍ରାୟ ୨୦ ଲକ୍ଷ ଟଙ୍କା ପାଖ ଛାତକୁ ଫୋପାଡ଼ି ଦେଇଥିଲେ। ସନ୍ଦେହ ହେବାରୁ ପାଖ ଛାତକୁ ଯାଇ ଯାଞ୍ଚ କରି ପେଟି ଭର୍ତ୍ତି ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ।

ପୁଲିସ ହାଉସିଂ କର୍ପୋରେସନରେ ବିଭିନ୍ନ କୋଠା କାମ ଚାଲୁଥିବା ବେଳେ ଏହାର ଦାୟିତ୍ୱରେ ଥିଲେ ପ୍ରତାପ ସାମଲ। ତେବେ ୩୩ ବର୍ଷ ଚାକିରି ସମୟରେ କେମିତି ଏବଂ କେଉଁ ବାଟ ଦେଇ ଅମାପ ସମ୍ପତ୍ତି ସଞ୍ଚୟ କଲେ, ତାଙ୍କର କେତେ ଆୟବର୍ହିଭୂତ ସମ୍ପତ୍ତି ଅଛି, ସେସବୁ ଭିଜିଲାନ୍ସ ଆକଳନ କରୁଛି। ଏହାବାଦ ଓଲିଉଡ ଫିଲ୍ମରେ ବି ଟଙ୍କା ଖଟାଇଥିଲେ ପ୍ରତାପ ।

Also Read  Malkangiri: Maoist Camp Busted, Huge Explosives Seized

ପ୍ରତାପ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ ନିର୍ମାଣ କରିଛନ୍ତି ଦୁଇ ଦୁଇଟି ଓଡ଼ିଆ ଫିଲ୍ମ। ଉଭୟ ପତିପତ୍ନୀ ୨୦୦୩ ମସିହାରେ ନିର୍ମାଣ କରିଥିଲେ ଫିଲ୍ମ ‘ନାରୀ ଆଖିରେ ନିଆଁ ଓ ୨୦୦୫ ମସିହାର ‘ବାଜି’। ରାଧାକୃଷ୍ଣ ପ୍ରଡକସନ୍‌ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଦୁଇ ଫିଲ୍ମ। ଏହାଛଡ଼ା ପ୍ରତାପ ସାମଲ ଆଗକୁ ଆଉ କିଛି ଫିଲ୍ମ ଯୋଜନା କରିଥିବାକୁ ଯୋଜନା କରିଥିବା ଜଣାପଡ଼ିଛି। ତାଙ୍କର ଓଲିଉଡ୍‌ ସହ ଲିଙ୍କ ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ। ବାଲେଶ୍ୱର ଜିଲ୍ଲା ସୋର ଓ ଭଦ୍ରକ ଜିଲ୍ଲା ସିମୁଳିଆରେ ନିମ୍ନମାନର ରେଷ୍ଟ ରୁମ୍‌ କମ୍‌ ଟଏଲେଟ ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗରେ ପୂର୍ବରୁ ମଧ୍ୟ ନିଲମ୍ବିତ ହୋଇଥିଲେ ପ୍ରତାପ ସାମଲ ।